ଓଡିଶା

ଚାଷୀଙ୍କୁ କଚାଡି ମାରିଲା ହାତୀ

(ମହାଭାରତ, ବ୍ରହ୍ମପୁର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିସ୍ଥିତ ସାନଦାଣ୍ଡ ସାହିରେ ଏକ ଅଘଟଣ ଘଟିଛି । ଧାନ ଖଳା ଜଗିଥିବା ଜଣେ ଚାଷୀଙ୍କୁ ହାତୀ କଚାଡି ମାରିଛି । ମୃତକଙ୍କ ନାଁ ଆଲୁ. ଲାଚ୍ଛେୟା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଦିଗପହଣ୍ଡି-ନିମପଲ୍ଲୀ କେନାଲ ରାସ୍ତା ପାଶ୍ୱର୍ରେ ଥିବା ସୁରେଶ ପଶୁପାଳକଙ୍କ ଖଳାରେ ଅମଳ ଧାନକୁ ଜଗିବା ପାଇଁ ଲାଚ୍ଛେୟା ଏବଂ ନୂଆ ସାହିର କେ. ଅରକ୍ଷିତ ପାତ୍ର ରାତିରେ ଯାଇଥିଲେ । ସେମାନେ ଦୁହେଁ ଧାନ ଖଳାରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଶଦ୍ଧ ଶୁଣି ନିଦରୁ ଉଠିଥିଲେ । ଖଳା ଭିତରକୁ ଷଣ୍ଢ ପଶି ଆସି ଧାନ ଖାଉଥିବା ଆଶଙ୍କା କରି ଟର୍ଚ୍ଚ ଲାଇଟ ଓ ବାଡି ଧରି ଘଉଡାଇବାକୁ ଯାଇଥିଲେ । ଏହି ସମୟରେ ଲାଚ୍ଛେୟା ହାତୀ ହାବୁଡରେ ପଡି ଯାଇଥିଲେ । ତାକୁ ଶୁଣ୍ଢରେ ଟେକି କଚାଡି ଦେଇଥିଲା । ଏହା ଦେଖି ଅରକ୍ଷିତ ସେଠାରୁ ଦୌଡି ପଳାଇଥିଲେ । ଖବର ପାଇ ଲାଚ୍ଛେୟାଙ୍କ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଡାକ୍ତରଖାନା ପଠାଇଛି ।

Related posts

ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳ ଦିବସ।

mahabharatanews

ହକି ଇଣ୍ଡିଆ ସଭାପତି ହେଲେ ଓଡ଼ିଆ ପୁଅ ଦିଲୀପ ତିର୍କୀ

mahabharatanews

ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ଆଜି ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ କରାଯିବ

mahabharatanews