ଅପରାଧ

ହରିଣ ମାଂସ ଜବତ, ୧ ଗିରଫ

(ମହାଭାରତ, କେନ୍ଦ୍ରାପଡା): କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଜମ୍ବୁ ବନ ବିଭାଗ ରେଞ୍ଜ ଅଫିସ କଂଶାରଡିଆ ଜଙ୍ଗଲରୁ ୧୦ କେଜି ହରିଣ ମାଂସ ଜବତ କରାଯାଇଛି । ଏହି ଘଟଣାରେ ଜଣେ ଶିକାରୀକୁ ବନ ବିଭାଗ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ବତିଘର ଅଞ୍ଚଳର ସୁନିଲ ପରମାଣିକ ବୋଲି ଜଣାପଡିଛି । କଂଶାରଗଡିଆ ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ ହରିଣ ଶିକାର କରାଯାଉଥିବା ନେଇ ବନ ବିଭାଗ ଖବର ପାଇଥିଲା । ଗତ ମଙ୍ଗଳବାର ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ ଏଠାରେ ଚଢାଉ କରି ୧୦ କେଜି ହରିଣ ମାଂସ ଜବତ କରିଥିଲା । ଚଢାଉ ବେଳେ ଦୁଇ ଜଣ ଶିକାରୀ ଖସି ପଳାଇଯାଇଥିବା ବେଳେ ଅନ୍ୟ ଜଣେ ବନ ବିଭାଗ ହାତରେ ଧରା ପଡିଥିଲା ।

Related posts

ପୁରୀ ପୋଲିସ ହାତରେ ୨ ବାଇକ ଲୁଟେରା

mahabharatanews

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାତ୍ମକ ଆକ୍ରମଣ

mahabharatanews

ଗୁଣିଗାରୁଡି ସନ୍ଦେହରେ ମହିଳାଙ୍କୁ ଜାଳିଦେଲେ ଗ୍ରାମବାସୀ

mahabharatanews