ଓଡିଶା

ମହାନଦୀ ନେତ୍ର ଚିକିତ୍ସାଳୟର ପ୍ରତିଷ୍ଠା ଦିବସ ପାଳିତ

(ମହାଭାରତ, ସୁବର୍ଣ୍ଣପୁର): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ ପଣ୍ଡାପାଲି ଠାରେ ଥିବା ମହାନଦୀ ନେତ୍ର ଚିକିତ୍ସାଳୟର ୧୫ ତମ ପ୍ରତିଷ୍ଠା ଦିବସ ପାଳନ ହୋଇଛି । ଏଥିରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହରା ଯୋଗ ଦେଇଥିଲେ । ଦୀର୍ଘ ୧୫ ବର୍ଷ ଧରି ଚକ୍ଷୁ ଚିକିତ୍ସା ପାଇଁ ଏହି ଚିକିତ୍ସାଳୟର ଅବଦାନକୁ ସେ ପ୍ରଶଂସା କରିଥିଲେ । ଚିକିତ୍ସାଳୟର ଏହି ପ୍ରତିଷ୍ଠା ଦିବସରେ ଜଣାଶୁଣା ଡାକ୍ତର ଦେବେନ୍ଦ୍ର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଗତବର୍ଷ ବିଭିନ୍ନ ଜିଲ୍ଲାର ପ୍ରାୟ ୩୦ ହଜାର ଚକ୍ଷୁ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଏହା ଏକ ଉଦାହରଣ ସୃଷ୍ଟି କରିଛି ବୋଲି ସେ କହିଛନ୍ତି । ବର୍ତ୍ତମାନ ଏହି ଚିକିତ୍ସାଳୟରେ ୧୦ଟି ଜିଲ୍ଲାର ଗରିବ ଚକ୍ଷୁ ରୋଗୀଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଉଛି । ତେବେ ଏହି ପ୍ରତିଷ୍ଠା ଦିବସରେ ଚିକିତ୍ସାଳୟର କର୍ମଚାରୀମାନେ ଉପସ୍ଥିତ ରହି ସମାରୋହ ପରିଚାଳନା କରିବାରେ ସହଯୋଗ କରିଥିଲେ ।
ସୁବର୍ଣ୍ଣପୁର ଜିଲ୍ଲା ର ବୀରମହାରାଜ ପୁର ନିକଟସ୍ଥ ପଣ୍ଡାପାଲି ଠାରେ ଥିବା ମହାନଦୀ ନେତ୍ର ଚିକିତ୍ସାଳୟରେ ୧୫ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗଦେଇ ଚକ୍ଷୁ ଚିକିତ୍ସାଳୟର ଯେଉଁ ପନ୍ଦର ବର୍ଷ ଧରି ଅନ୍ଧତ୍ୱ ଦୁରିକରଣ କରିବାର ପ୍ରୟାସ ଜାରି ରଖିଛି ପ୍ରକୃତ ରେ ପ୍ରଶଂସନୀୟ ବୋଲି କହିଛନ୍ତି।ସମ୍ମାନିତ ଅତିଥି ଭାବେ ନେତ୍ର ଚିକିତ୍ସାଳୟର ଡାକ୍ତର ଦେବେନ୍ଦ୍ର କୁମାର ସାହୁ ଯୋଗଦେଇ ଗତବର୍ଷ ବିଭିନ୍ନ ଜିଲ୍ଲାର ପ୍ରାୟ ୩୦ ହଜାର ରୋଗୀଙ୍କ ଚକ୍ଷୁ ଚିକିତ୍ସା ଯୋଗାଇ ଦେଇ ଏକ ଉଦାହରଣ ସୃଷ୍ଟି କରି ପାରିଛି ବୋଲି କହିଛନ୍ତି।ଏବେ ଏହି ଚିକିତ୍ସାଳୟରେ ୧୦ ଟି ଜିଲ୍ଲା ର ଗରିବ ଚକ୍ଷୁ ରୋଗି ଲୋକମାନଙ୍କ କେବଳ ଆଧାର କାର୍ଡ ଓ ଭୋଟର କାର୍ଡ ଦେଖେଇ ମାଗଣାରେ ଏହି ସେବା ର ସୁଯୋଗ ଦିଆଯାଉଛି ବୋଲି କହିଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ନେତ୍ର ଚିକିତ୍ସାଳୟର କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।

Related posts

ରାଣୀ ପଣ୍ଡାଙ୍କ କାର୍‌ ଧକ୍କାରେ ଯୁବକ ମୃତ

mahabharatanews

ଶିକ୍ଷକଙ୍କ ଗିରଫକୁ ମହିଳା ମହାବିଦ୍ୟାଳୟର ଶତାଧିକ ଛାତ୍ରୀଙ୍କ ବିରୋଧ

mahabharatanews

କରୋନାକୁ ନକ୍ ଡାଉନ ପାଇଁ ଲକ୍ ଡାଉନ୍: ସୁବ୍ରତ ବାଗଚୀ

mahabharatanews