ଓଡିଶା

ପକାରୀ ପଞ୍ଚାୟତ ସ୍କୁଲ, ଅଙ୍ଗନୱାଡି ଛାତ୍ରଛାତ୍ରୀଙ୍କ କ୍ରୀଡା ପ୍ରତିଯୋଗିତା

(ମହାଭାରତ, କୋଟଗଡ): କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକର ଉପାନ୍ତ ଆଦିବାସୀ ଅଞ୍ଚଳରେ ପକାରି ପଞ୍ଚାୟତର ସ୍କୁଲ ଓ ଅଙ୍ଗନୱାଡି ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଆଥଲେଟିକ ପ୍ରତିଯୋଗିତା ହୋଇଯାଇଛି । ଏହି ପ୍ରତିଯୋଗିତାରେ ପଞ୍ଚାୟତର ସମସ୍ତ ଅଙ୍ଗନୱାଡି ଶିଶୁ ତଥା ପ୍ରାଥମିକ ଓ ହାଇସ୍କୁଲର ଛାତ୍ରଛାତ୍ରୀମନେ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ୫୦ ଓ ୧୦୦ ମିଟର ଦୌଡ, ହାଇଜମ୍ପ, ଲଙ୍ଗଜମ୍ପ, ମ୍ୟୁଜିକ୍ ଚେୟାର ଓ ଅନ୍ୟ କ୍ରୀଡା ଆଦି ଏଥିରେ ସାମିଲ ଥିଲା । ଏହାଛଡା ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତାରେ ମଧ୍ୟ ପିଲାମାନେ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତା ଶେଷ ହେବା ପରେ କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ କପ୍ ଆଦି ପ୍ରଦାନ କରାଯାଇଥିଲା । ବିଭିନ୍ନ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ଏହି କ୍ରୀଡା ପ୍ରତିଯୋଗିତାର ପରିଚାଳନା କରିଥିଲେ । ସରକାର ଉପାନ୍ତ ଅଞ୍ଚଳକୁ ପ୍ରୋତ୍ସାହନ ଦେଲେ ଏଠାକାର ଖେଳାଳୀମାନେ ରାଜ୍ୟ ପାଇଁ ଖେଳି ଗୌରବ ଆଣିପାରିବେ ବୋଲି ବିଭିନ୍ନ ପ୍ରତିଯୋଗିତାରେ ଭାଗ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ କହିଛନ୍ତି ।

Related posts

ଭାଲୁ ଆକ୍ରମଣରେ ୪ ଗୁରୁତର 

mahabharatanews

ବହୁଳ ପ୍ରଚାର ପ୍ରସାର ଓ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ପରେ ବି କମିଛି ପଞ୍ଜିକରଣ ସଂଖ୍ୟା

mahabharatanews

ତରଭା ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

mahabharatanews