ଓଡିଶା

ବସ୍ ଓଲଟି ୧୦ ଯାତ୍ରୀ ଆହତ

(ମହାଭାରତ, ଜଗତସିଂପୁର): ଜଗତସିଂପୁର ଜିଲ୍ଲା ସଅଁରା ଠାରେ ଏକ ଅଘଟଣ ଘଟିଛି । ସଅଁରା ସ୍ଥିତ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନିକଟରେ ଏକ ଘରୋଇ ବସ ରାସ୍ତା କଡରେ ଥିବା ବିଲକୁ ଓଲଟି ପଡିବାରୁ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଶୁକ୍ରବାର ମଧ୍ୟାହ୍ନ ସାଢେ ୧୨ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଗରୁଡ ନାମକ ଏକ ଘରୋଇ ବସ୍ ଜଗତସିଂପୁରରୁ ଶାରଳା ମନ୍ଦିର ଅଭିମୁଖେ ଯାଉଥିଲା । ବସ୍ରେ ୪୦ରୁ ଅଧିକ ଯାତ୍ରୀ ଥିଲେ । ଏହି ସମୟରେ ବସ୍ର ଆଗ ଚକା ଫାଟି ଯିବାରୁ ଭାରସାମ୍ୟ ହରାଇ ତାହା ବିଲକୁ ଓଲଟି ପଡିଥିଲା । ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

Related posts

ଦରମା ନ ମିଳିବାରୁ ଜୀବନ ହାରିବାକୁ ଉଦ୍ୟମ କଲେ ଯୁବକ

mahabharatanews

ଏଣିକି ରାତିରେ ପର୍ଯ୍ୟଟକ ବୁଲିପାରିବେ ଚନ୍ଦକା ଅଭୟାରଣ୍ୟ

mahabharatanews

ଆଗକୁ ତାପମାତ୍ରା ବଢିପାରେ

mahabharatanews