ଓଡିଶା

ଆଲୋକ ମହିଳା ସ୍ୱୟଂ ସଂହାୟକ ଗୋଷ୍ଠୀଙ୍କୁ ତାଲିମ ଦେବାକୁ ଦାବି

(ଜୟନ୍ତ କୁମାର ସେଠୀ / ଗୋପ): ମହିଳାଙ୍କ ସାମ୍ବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି ।କିନ୍ତୁ ଏସବୁ ଯୋଜନା ଚାଲିଛି କାଗଜ ପତ୍ରରେ । ସତ୍ୟବାଦୀ ବ୍ଳକରେ ମହିଳା ମାନଙ୍କୁ ରୋଜଗାର କ୍ଷମ କରିବା ପାଇଁ ବର୍ଷକୁ କେତେ ତାଲିମ ପ୍ରଦାନ କରାଯାଇଛି । ମାତ୍ର ଏବେ ଉକ୍ତ ବ୍ଳକର ବଳପୁର ଗ୍ରାମ ପଞ୍ଚାୟତର ଆନନ୍ଦପୁର ଗ୍ରାମରେ ଗଡି ଉଠିଥିବା ଆଲୋକ ମହିଳା ସ୍ୱୟଂ ସଂହାୟକ ଗୋଷ୍ଠୀ ତାଲିମ ପାଇଁ କରିଛନ୍ତି ଦାବି । ଏହି ସଂଘ ଆଠବର୍ଷ ଧରି ୧୧ ଜଣ ମହିଳାଙ୍କୁ ନେଇ ଚାଲିଛି । ନିଜ ନିଜ ମଧ୍ୟରେ ପଇସା ଆଦାୟ କରି ବ୍ୟାଙ୍କରେ ଖାତା ଖୋଲି ଟଙ୍କା ରଖିବା ସହ ନିଜ ନିଜ ମଧ୍ୟରେ ଟଙ୍କା ଦେଣ ନେଣ କରୁଛନ୍ତି । ତୁଳାରେ ନଖୀ ବଳିତା କରିବା ସହ କିଛି କୁମ୍ଭାର ସଦସ୍ୟା ନିଜର ପରିବାର ପୋଷଣ କରିବା ପାଇଁମାଟିରେ ଓଳି, ହାଣ୍ଡି, ସରା, ଦୀପ, ମାଟିଆ ପ୍ରଭୃତି କରୁଛନ୍ତି । ଜିନିଷ ରଖିବା ପାଇଁ ଘର ନାହିଁ କି ନୁତନ ପ୍ରଣାଳିରେ କାମ କରିବା ପାଇଁ ତାଲିମ ପାଉନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏବେ ଧୂପକାଠି, ପାମ୍ପଡ କରିବା ପାଇଁ ଇଛା ପ୍ରକାଶ କରିଛନ୍ତି । ସେମାନେତାଲିମ ନେବା ପାଇଁ ଆଗ୍ରହ ଅଛି ମାତ୍ର ସେମାନଙ୍କୁ ତାଲିମ ମିଳୁନାହିଁ ବୋଲି କହିଛନ୍ତି । ତାଲିମ ମିଳିଲେ ଆଗକୁ ବହୁକିଛି କରିପାରୁବୁ ବୋଲି ଆଲୋକ ମହିଳା ସ୍ୱୟଂ ସଂହାୟକ ଗୋଷ୍ଠୀ କୁହନ୍ତି ।

Related posts

୮୦ଟି ପରୀକ୍ଷା କେନ୍ଦ୍ରରେ ଚାଲିଛି ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା

mahabharatanews

‘ବଲ୍ଲେ ବଲ୍ଲେ ଢାବା’: ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କଲେ ଏଲିନା

mahabharatanews

ପାରାଦ୍ୱୀପ ସରସ୍ୱତୀ ଶିଶୁ ମନ୍ଦିରରେ ରକ୍ତଦାନ ଶିବିର

mahabharatanews