ଦୁର୍ଘଟଣା

ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ: ଘୋଡ଼ାହାଡ଼ ନଦୀରେ ବୁଡ଼ି ୨ ନାବାଳକ ଛାତ୍ରଙ୍କ ମୃତ୍ୟୁ

ମୂର୍ତ୍ତି ବିସର୍ଜନ ବେଳେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଘୋଡ଼ାହାଡ଼ ନଦୀରେ ବୁଡ଼ି ୨ ଜଣ ନାବାଳକ ଛାତ୍ରଙ୍କର ଅକାଳ ମୃତ୍ୟୁ ଘଟିଛି।ମୃତ ୨ ଜଣ ହେଲେ ହିଞ୍ଜିଳିକାଟୁ ପୌରାଞ୍ଚଳ ଗଜପତି ମାର୍ଗ ଅଞ୍ଚଳର ଆଦର୍ଶ ସାହୁ (୧୪) ଏବଂ ଗାୟତ୍ରୀ ନଗର ଅଞ୍ଚଳର ପ୍ରିତମ ସାମେଲି (୧୪)।ମିଳିଥିବା ସୂଚନା ମୁତାବକ, ଉଭୟ ଛାତ୍ର ଅନ୍ୟ ସାଥୀମାନଙ୍କ ସହ ମୂର୍ତ୍ତି ବିସର୍ଜନ ପାଇଁ ଘୋଡ଼ାହାଡ଼ ନଦୀକୁ ଯାଇଥିଲେ। ବିସର୍ଜନ ସମୟରେ ଅସାବଧାନତାବଶତଃ ଉଭୟ ଗଭୀର ପାଣିକୁ ଚାଲିଯାଇ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ  ଗୁରୁତର ଅବସ୍ଥାରେ ଉଭୟଙ୍କୁ ନଦୀରୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ ହେଁ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏବଂ ଦୁଇ ପରିବାରରେ ଗଭୀର ଶୋକର ଛାୟା ଖେଳିଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

Related posts

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଭାରସାମ୍ୟ ହରାଇ ଓଲଟିଲା ବସ

mahabharatanews

ବେଗୁନିଆ ହଜ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ମୃତ, ଟାୟାର ଜାଳି ରାସ୍ତା ଅବରୋଧ

mahabharatanews

ଟୋମ୍ବଲେନ୍‌ରେ ଏକ ବିମାନ ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ…

mahabharatanews