ଓଡିଶା

ଝରୀଗାଁରେ ଏକ ନିଆରା ପରମ୍ପରା ଗୁରୁଣ୍ଡି ଯାତ୍ରା

ହାଣ୍ଡି କୁଣ୍ଡି ଭୁରଶୁଣ୍ଡି ଏକ ନିଆରା ପରମ୍ପରା, ଏହି ପରମ୍ପରା ପ୍ରାୟତଃ ଉପାନ୍ତ ଅଞ୍ଚଳରେ ଦେଖିବାକୁ ମିଳିଥାଏ, ପ୍ରତିବର୍ଷ ଝରୀଗାଁ ଅଂଚଳର ଯୁବକ ମାନେ ଏହି ପରମ୍ପରାକୁ ପାଳନ କରି ଆସୁଛନ୍ତି, କିଛି କାଠରେ ତିଆରି ଗୁରୁଣ୍ଡି ବାଡ଼ିରେ ଯୁବକମାନେ ଚାଲି ଚାଲି ଗାଁ ସାରା ବୁଲିଥାନ୍ତି ଏବଂ ନିଜ ନିଜର କଳା ଓ କୌଶଳ ମଧ୍ୟ ଦେଖାଇଥାନ୍ତି, ଏବଂ ଯିଏ ଯାହା ଦେଇଥାଏ ତାକୁ ସଂଗ୍ରହ କରିଥାନ୍ତି, ଏହାକୁ କିଛି ଜାଗାରେ ଗୁରୁଣ୍ଡି ଯାତ୍ରା କୁହାଯାଉ ଥିବା ବେଳେ କିଛି ଜାଗାରେ ରଣପା ବୋଲି କୁହାଯାଇଥାଏ, ହୁଏତ ଧୀରେ ଧୀରେ ଏହି ପରମ୍ପରା ଦିନକୁ ଦିନ ଲୋପ ପାଇଆସୁଥିବା  ବେଳେ ଝରୀଗାଁ ଭଳି କିଛି ଉପାନ୍ତ ଅଞ୍ଚଳରେ ଏହି ପରମ୍ପରାର ଝଲକ ଏବେବି ଦେଖିବାକୁ ମିଳୁଛି.

ଏହି ଯାତ୍ରା ଗୁଣ୍ଡିଚା ପରଠାରୁ ଆରମ୍ଭ ହୋଇ ନୂଆଖାଇ ବାସିରେ ସରିଥାଏ. ଏହି ସଂସ୍କୃତି ଏବଂ ପରମ୍ପରା ପଛରେ ରହିଛି ଉପାନ୍ତ ବାସୀଙ୍କ ବିଶ୍ଵାସ ଆଉ ଭରସା, ଠାକୁରାଣୀ ଙ୍କ ନିକଟରେ କିଛିଲୋକ ଙ୍କ ମାନସିକ ମଧ୍ୟ କରିଥାନ୍ତି .  ଗୁରୁଣ୍ଡି ଯାତ୍ରା ରେ ମା ଡକ୍ରିଦେଓ ଅର୍ଥାତ ବୁଢ଼ୀ ଠାକୁରାଣୀ ଙ୍କୁ ଗାଁ ମୁଣ୍ଡରେ ସ୍ଥାପନା କରି ପୂଜା କରାଯାଇଥାଏ,

Related posts

ଭିଜିଲାନ୍ସ ଜାଲରେ କୁଚିଣ୍ଡା ଏନଏଏସି କାର୍ଯ୍ୟନିର୍ବାହୀ ଅଧିକାରୀ

mahabharatanews

 ଖସିଲା ଯାତ୍ରୀବାହୀ ବସ୍; ୪୦ ଜଣ ଆହତ

mahabharatanews

ଆମ୍ବ ମେଳା,ଗାଁ ଆମ୍ବ ପସରା -୨୦୨୬ ଉଦ୍ଘାଟିତ

mahabharatanews