ଓଡିଶା

ହାତୀ ଶାବକର ମୃତଦେହ ଉଦ୍ଧାର

(ମହାଭାରତ, କାମାକ୍ଷାନଗର): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ତୁମୁସିଙ୍ଗା ଠାରେ ଏକ ହାତୀ ଶାବକର ମୃତଦେହ ଉଦ୍ଧାର କରାଯାଇଛି । ମଙ୍ଗଳବାର ତୁମୁସିଙ୍ଗା ଖୁଦଖାଇ ନାଳ ନିକଟରେ ହାତୀ ଶାବକର ମୃତଦେହ ପଡିଥିବା ଦେଖି ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ଛୁଆହାତୀର ମୃତଦେହକୁ ଉଦ୍ଧାର କରିଥିଲେ । ମୃତ ଛୁଆ ହାତୀର ବୟସ ଏକ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ ସୁଚନା ମିଳିଛି । ତେବ କେଉଁ କାରଣରୁ ହାତୀ ଶାବକର ମୃତ୍ୟୁ ହୋଇଛି ସେ ନେଇ କାରଣ ଅସ୍ପଷ୍ଟ ରହିଛି ।

Related posts

ମା’ ମଝିଘରିଆଣୀଙ୍କ ଦାନ ବାକ୍ସ ଗଣତି ଶେଷ, ହୁଣ୍ଡିରୁ ବାହାରିଲା କୋଟିଏ ଟଙ୍କା

mahabharatanews

ବସ୍ତା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ସାମ୍ବାଦିକ ଦିବସ ଧୁମଧାମରେ ପାଳିତ

mahabharatanews

ବେକରେ ଶାଢୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା

mahabharatanews