ଓଡିଶା

ଦନ୍ତାକୁ କାବୁ କରିବାରେ ବନବିଭାଗ ସଫଳ

କଳିଙ୍ଗନଗର: ସୁକିନ୍ଦା ଅଞ୍ଚଳରେ ଆତଙ୍କ ଖେଳାଇଥିବା ନରହନ୍ତା ଦନ୍ତା ହାତୀକୁ କାବୁ କରିବାରେ ସଫଳ ହୋଇଛି ବନ ବିଭାଗ । ଡୁବୁରି- ଯାଜପୁର ରୋଡ ଟମକା ବନବିଭାଗ ସହିତ ଅନୁଗୁଳ, କେନ୍ଦୁଝର, କଟକ ବନ ବିଭାଗ ଓ ନନ୍ଦନ କାନନରୁ ଆସିଥିବା ବିଶେଷଜ୍ଞଙ୍କ ସହାୟତାରେ ଦନ୍ତା ହାତୀକୁ ଉଦ୍ଧାର କରାଯାଇଛି ।
ସୋମବାର ଦିନ ଉପରେ ଡ୍ରୋନ ସହାୟତାରେ କଡା ନଜର ରଖି ଗଜ ଉଦ୍ଧାର ଅପରେଶନ ଆରମ୍ଭ ହୋଇଥିଲା । ପ୍ରଥମେ ହାତୀର ଗତିବିଧିକୁ ନିରୀକ୍ଷଣ କରିବା ପାଇଁ ଡ୍ରୋନର ବ୍ୟବହାର କରାଯାଇ ହାତୀର ସ୍ଥାନ ନିରୂପଣ କରାଯାଇଥିଲା, ପରେ ହାତୀକୁ ନିଶ୍ଚେତକ ଦିଆଯାଇ କାବୁ କରାଯାଇଥିଲା । ଏହି ଗଜ ଅପରେଶନ ଡୁବୁରି- ଯାଜପୁର ରୋଡ ଟମକା ବନବିଭାଗ ସହିତ ଅନୁଗୁଳ କେନ୍ଦୁଝର, କଟକ ବନ ବିଭାଗ ଓ ନନ୍ଦନ କାନନରୁ ଆସିଥିବା ବିଶେଷଜ୍ଞ ନିୟୋଜିତ ହୋଇଥିଲେ । ସୋମବାର ଦିନ ସକାଳୁ ସଂଧ୍ୟ ପର୍ଯ୍ୟନ୍ତ ÷ପରେସନ ଚାଲିଥିଲା । ରାତିରେ ହାତୀକୁ କାବୁ କରିବାରେ ବନବିଭାଗ ସଫଳ ହୋଇଥିଲା । ଏହା ପରେ କଡା ସୁରକ୍ଷା ମଧ୍ୟରେ ହାତୀକୁ ଏକ ଟ୍ରକରେ କଟକ ଡାଲି ଯୋଡା ରେଞ୍ଜର କୁସୁନ ପୁର ଜଙ୍ଗଲକୁ ନିଆଯାଇ ସେଠାରେ ଛାଡି ଦିଆଯାଇଛି । ହାତୀ କାବୁ ହେବା ପରେ ସେଠାରେ ବିଦ୍ୟୁତ୍ ସଂଯୋଗକୁ ସ୍ୱାଭାବିକ କରାଯାଇଛି । ଏଥିରେ ପୋଲିସ ଓ ପ୍ରଶାସନ ମଧ୍ୟ ସମାନ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା । ଅପରେସନ ସମୟରେ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକ ଉପସ୍ତିତ ରହିଥିôଲେ ।

Related posts

ରେଳ ଓଭର ବ୍ରିଜ ନିର୍ମାଣ କରିବାକୁ  ବିଧାୟକ ସୁଶାନ୍ତ ରାଉତଙ୍କ ଚିଠି

mahabharatanews

ପ୍ରତି ଭାଗବତ ଟୁଙ୍ଗୀକୁ ୫୦ ହଜାର 

mahabharatanews

୪ଘଣ୍ଟା ପାଇଁ ବନ୍ଦ ରହିବ ଜଗା ଦର୍ଶନ 

mahabharatanews

Leave a Comment