Uncategorized

ଏପ୍ରିଲ ୩୦ରେ ଖୋଲିବ ବଦ୍ରିନାଥ ମନ୍ଦିର

(ଡେରାଡୁନ): ଉତ୍ତରାଖଣ୍ଡରେ ଭଗବାନ ବିଷ୍ଣୁ ପୂଜା ପାଉଥିବା ପ୍ରଖ୍ୟାତ ବଦ୍ରିନାଥ ମନ୍ଦିର ଚଳିତବର୍ଷ ଏପ୍ରିଲ ୩୦ ତାରିଖରେ ଖୋଲାଯିବ । ବରଫପାତ ଯୋଗୁ ଦୀର୍ଘ ୬ ମାସ ବନ୍ଦ ରହିବା ପରେ ବସନ୍ତ ପଞ୍ଚମୀ ଦିନ ଏହାକୁ ଭକ୍ତମାନଙ୍କ ଦର୍ଶନ ନିମନ୍ତେ ଖୋଲାଯିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି । ହିମାଳୟର ପାଦ ଦେଶରେ ଥିବା ଅନ୍ୟ ମନ୍ଦିର ଗୁଡିକ ଭଳି ପ୍ରତିବର୍ଷ ୬ମାସ ଏଠାରେ ତୁଷାରପାତ ହେଉଥିବାରୁ ଏହାକୁ ବନ୍ଦ ରଖାଯାଇଥାଏ । ଚଳିତବର୍ଷ ଗ୍ରୀଷ୍ମ ଋତୁର ଆଗମନରେ ଏପ୍ରିଲ ୩୦ ତାରିଖ ଦିନ ଭୋର ସମୟରେ ପୂଜାର୍ଚ୍ଚନା ପରେ ମନ୍ଦିର ଦ୍ୱାର ଖୋଲାଯିବ । ମନ୍ଦିର ଦ୍ୱାର ଖୋଲାଯିବା ପାଇଁ ଶୁଭ ଦିନ ଓ ସମୟ ପୂଜକ ଆଚାର୍ଯ୍ୟ କୃଷ୍ଣ ପ୍ରସାଦ ଉନିଆଲ ଧାର୍ଯ୍ୟ କରିଥିବା ଜଣାପଡିଛି ।

Related posts

ମୃତ୍ୟୁସଂଖ୍ୟା ୨୫ ଛୁଇଁଲା, ଉହାନରେ ଫସିଛନ୍ତି ୨୫ ଭାରତୀୟ

mahabharatanews

ଆସାମରେ ଶାନ୍ତି ପ୍ରତିଷ୍ଠା କରିବାକୁ ମୋଦିଙ୍କ ନିବେଦନ

mahabharatanews

ଏଣିକି ସରକାରୀ କାର୍ଯ୍ୟାଳୟରେ ବ୍ୟବହାର ହେବ ବ୍ୟାଟେରୀ ଚାଳିତ ଗାଡି

mahabharatanews