Uncategorized

ତବଲିଗି ଜମାତର ମୁଖ୍ୟ ମୌଲାନା ସାଦ୍ ଏବେ ଆଇସୋଲେସନରେ

ଭୁବନେଶ୍ୱର: ଦିଲ୍ଲୀର ନିଜାମୁଦ୍ଦିନରେ ହୋଇଥିବା ଇସଲାମିକ ଧର୍ମୀୟ ସମାବେଶ ପାଇଁ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ଏହାର ଆୟୋଜକ ତଥା ସଂଖ୍ୟାଲଘୁ ସଂଗଠନ ତବଲିଗି ଜମାତର ମୁଖ୍ୟ ମୌଲାନା ସାଦ୍ ଖାନ୍ଦଲାୱି ଏବେ ଆଇସୋଲେସନରେ ଅଛନ୍ତି । ଦିଲ୍ଲୀ ଅନ୍ତର୍ଗତ ଜାକିର ବାସଭବନରେ ସେ ଆଇସୋଲେସନରେ ଥିବା ବୁଧବାର ଦିନ ଦିଲ୍ଲୀ ପୁଲିସ ସୂଚନା ପ୍ରଦାନ କରିଛି ।

କୌଣସି ଏକ ଅଜ୍ଞାନ୍ତ ସ୍ଥାନରେ ମୌଲାନା ସାଦ୍ କ୍ୱାରେଣ୍ଟିନରେ ରହୁଥିବା କଥା ପୂର୍ବ ସୂଚନା ମିଳିଥିଲା । ତାଙ୍କୁ ଖୋଜି ବାହାର କରିବା ଲାଗି ରବିବାର ଠାରୁ ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚ୍ ଜାତୀୟ ରାଜଧାନୀ ଏବଂ ଉତ୍ତର ପ୍ରଦେଶର କେତେକ ସ୍ଥାନରେ ଚଢ଼ାଉ କରିଥିଲା । ପୁଲିସ ସୂତ୍ରରୁ ପ୍ରକାଶ ଯେ, ସ୍ଥାନୀୟ ପୁଲିସ ସହାୟତାରେ କ୍ରାଇମ ବ୍ରାଞ୍ଚ୍ ଉତ୍ତର ପ୍ରଦେଶର ମୁଜାଫର ନଗର ଏବଂ ଶାମଲି ଜିଲ୍ଲାରେ ଚଢ଼ାଉ କରିଥିଲା । ଦିଲ୍ଲୀର ଜାକିର ନଗର ଏବଂ ନିଜାମୁଦ୍ଦୀନ ଠାରେ ଥିବା ତାଙ୍କର ତିନୋଟି ବାସଭବନରେ ମଧ୍ୟ ଚଢ଼ାଉ ହୋଇଥିଲା ।

Related posts

ଡେରାଡୁନରେ ୧୦ମ ପ୍ଲାଷ୍ଟିକ ବ୍ୟାଙ୍କ ସ୍ଥାପନ

mahabharatanews

ସମୟୋପଯୋଗୀ ନିଷ୍ପତ୍ତି ସଂକ୍ରମଣ ରୋକିବାରେ ସହାୟକ ହୋଇଛି: ମୋଦି

mahabharatanews

ଦିଲ୍ଲୀ ହିଂସା: ସାହରୁଖର ବନ୍ଧୁକ ଉଦ୍ଧାର

mahabharatanews