ଓଡିଶା

କାନ୍ଥ ନିର୍ମାଣକୁ ନେଇ ମାରପିଟ୍, ୩ ଗୁରୁତର

(ମହାଭାରତ, ଆସିକା): ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ସୁମନ୍ତପଲ୍ଲୀ ଗାଁରେ ଘର କାନ୍ଥ ନିର୍ମାଣକୁ ନେଇ ଦୁଇ ପରିବାର ମଧ୍ୟରେ ଝଗଡା ହୋଇ ମାରପିଟ ହୋଇଛି । ଏଥିରେ ଗୋଟିଏ ପରିବାରର ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ବାଲିଶିରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଘରର କାନ୍ଥ ନିର୍ମାଣ ନେଇ ଦୁଇ ପରିବାର ମଧ୍ୟରେ ପୂର୍ବରୁ ତିକ୍ତତା ଥିଲା । କିନ୍ତୁ ଗତ ଗୁରୁବାର ଏହା ଭୟଙ୍କର ରୂପ ନେଇଥିଲା । ସେହିଦିନ ସକାଳେ ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାପରେ ରାତି ପ୍ରାୟ ସାଢେ ୧୧ଟା ବେଳେ ଦୁଇ ପରିବାର ସଦସ୍ୟଙ୍କ ମଧ୍ୟରେ ପୁଣି ଏ କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା । ତା’ପରେ ଗୋଟିଏ ପରିବାର ଅନ୍ୟ ଏକ ପରିବାରକୁ ଆକ୍ରମଣ କରିଥିଲା । ଫଳରେ ସେହି ପରିବାରର ୩ ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ଏହି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

Related posts

ମୁହଁ ଖୋଲିଲେ ଶର୍ମିଷ୍ଠାଙ୍କ ମା; ହତ୍ୟା ପୂର୍ବରୁ ମାନସଙ୍କ ଶେଷ ଚିଠିକୁ ନେଇ ବଢ଼ିଲା ଚର୍ଚ୍ଚା

mahabharatanews

ବିନା ଛୁଟିରେ ବହୁ ବର୍ଷ ଧରି କାର୍ଯ୍ୟରେ ଅନୁପସ୍ଥିତ ରହୁଥିବା ୨୪ ଶିକ୍ଷକଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଚାକିରିରୁ ବିଦା କରିଛନ୍ତି

mahabharatanews

ଶିଖରଚଣ୍ଡୀ ପାହାଡ଼ ତଳୁ ମିଳିଲା ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ଶରୀର

mahabharatanews