କପ୍ତିପଦା ଉପଖଣ୍ଡର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନଙ୍କୁ ୟୁନିକ୍ ପ୍ରେସ୍ କ୍ଲବ ପକ୍ଷରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶୁକ୍ରବାର ଅପରାହ୍ନ ୪ ଘଟିକା ସମୟରେ ଉଦଳା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ସଭାଗୃହରେ ଏହି ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ୟୁନିକ୍ ପ୍ରେସ୍ କ୍ଲବର ସଭାପତି ଦୀନବନ୍ଧୁ ବାରିକ, ସମ୍ପାଦକ ଦିଲ୍ଲୀପ କଲିଆ, ଉପଦେଷ୍ଟା ସନ୍ତୋଷ କୁମାର ବାଚ୍ଛିନୀ ଉପସ୍ଥିତ ରହି ଶ୍ରୀ ପ୍ରଧାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପ୍ରେସ୍ କ୍ଲବ ପକ୍ଷରୁ ତାଙ୍କୁ ଉତ୍ତରୀୟ ଏବଂ ପୁଷ୍ପ ଗୁଚ୍ଛ ଦିଆଯାଇ ଗଣମାଧ୍ୟମ ପ୍ରତିନିଧିମାନେ ଅବସରକାଳୀନ ସମ୍ବର୍ଦ୍ଧନା ଦେବା ସହିତ ଦୀର୍ଘ ଦିନ ଧରି ଅଧିକାରୀ ଭାବେ ଦାୟିତ୍ୱ ତୁଲାଇ ଗଣମାଧ୍ୟମ ଯେଭଳି ଭାବରେ ଆଗକୁ ବଢିବାରେ ସୁଯୋଗ ସୃଷ୍ଟି କରୁଥିଲେ । ତତସହିତ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ସହ ଉଦଳା ମହୋତ୍ସବ ଧୁମୁସାର ମୁଖ୍ୟ କାର୍ଯ୍ୟଭାର ତୁଲାଉଥିବା ନେଇ ସେ ବେଶ ପ୍ରଶଂସା ସାଉଣ୍ଟିଥିଲେ ।
previous post
