ଦେଶ ବିଦେଶ

ପରକିୟା ପ୍ରୀତି କରୁଥିବା ସ୍ତ୍ରୀଙ୍କୁ ମିଳିବନି ଭରଣ ପୋଷଣ…

ପରକିୟା ପ୍ରୀତି କରୁଥିବା ସ୍ତ୍ରୀଙ୍କୁ ମିଳିବନି ଭରଣ ପୋଷଣ । ସୁପ୍ରିମକୋର୍ଟ ଫୌଜଦାରୀ ପ୍ରକ୍ରିୟା ସଂହିତା ଧାରା ୧୨୫ ଅନୁଯାୟୀ ଯଦି କୈାଣସି ସ୍ତ୍ରୀ ତାଙ୍କ ସ୍ୱାମୀ ଠାରୁ ଅଲଗା ହୋଇ ଅନ୍ୟ ପୁରୁଷ ସହ ଅନୈତିକ ସମ୍ପର୍କରେ ରହିଥାନ୍ତି । ତେବେ ସେ ତାଙ୍କ ସ୍ୱାମୀଙ୍କ ଠାରୁ ଭରଣପୋଷଣ ପାଇବାର ହକଦାର ନୁହନ୍ତି । ଶୁକ୍ରବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ବିଚାରପତି ସଞ୍ଜୟ କାରୋଲ ଏବଂ ବିପୁଲ ଏମ୍ ପାଞ୍ଚୋଲିଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଖଣ୍ଡପୀଠ କହିଛନ୍ତି, “ଯଦି ଜଣେ ମହିଳାଙ୍କ ବିରୁଦ୍ଧରେ ବ୍ୟଭିଚାର ପ୍ରମାଣିତ ହୁଏ, ତେବେ ତାଙ୍କୁ ଭରଣପୋଷଣ ଅଧିକାରରୁ ବଞ୍ଚିତ କରାଯାଏ। ଏପରି ପରିସ୍ଥିତିରେ, ପ୍ରମାଣ ପାଇଁ ଆବେଦନ ଉପରେ ମଧ୍ୟବର୍ତ୍ତୀକାଳୀନ ଆଶ୍ରୟ ପ୍ରଦାନ କରିବା ନିର୍ଦ୍ଦେଶ ଏବଂ ଭରଣପୋଷଣ ପାଇଁ ଏପରି ଆବେଦନ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ମଧ୍ୟରେ ଏକ ପାର୍ଥକ୍ୟ କରାଯିବା ଉଚିତ।


ମଧ୍ୟପ୍ରଦେଶର ଏକ ଦମ୍ପତିଙ୍କ ମଧ୍ୟରେ ଦୀର୍ଘଦିନ ଧରି ପାରିବାରିକ ବିବାଦ ଚାଲିଥିଲା । ପତ୍ନୀ ସ୍ୱାମୀଙ୍କଠାରୁ ଅଲଗା ରହି ଭରଣପୋଷଣ ପାଇଁ ଅଦାଲତରେ ଆବେଦନ କରିଥିଲେ । କିନ୍ତୁ ସ୍ୱାମୀ ଅଭିଯୋଗ କରିଥିଲେ ଯେ ତାଙ୍କ ପତ୍ନୀ ଅନେକ ଦିନ ଧରି ଅନ୍ୟ ଜଣେ ପୁରୁଷଙ୍କ ସହ ସ୍ୱାମୀ-ସ୍ତ୍ରୀ ପରି ରହୁଛନ୍ତି । ନିମ୍ନ ଅଦାଲତ ପରେ ମାମଲା ହାଇକୋର୍ଟକୁ ଯାଇଥିଲା ଏବଂ ହାଇକୋର୍ଟ ପତ୍ନୀଙ୍କୁ ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ସ୍ୱାମୀ ହାଇକୋର୍ଟଙ୍କ ଆଦେଶ ବିରୁଦ୍ଧରେ ଯାଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ସୁପ୍ରିମ କୋର୍ଟ ସମସ୍ତ ପ୍ରମାଣ ଓ ଦଲିଲ ଯାଞ୍ଚ କରି କହିଲେ ଯେ କେବଳ ବିବାହବାହିର ସମ୍ପର୍କର ଅଭିଯୋଗ ଥିବାରୁ ଭରଣପୋଷଣ ବନ୍ଦ ହେବ ନାହିଁ । କିନ୍ତୁ ଯଦି ପତ୍ନୀ ଜଣକ ଦୀର୍ଘ ସମୟ ଧରି ଅନ୍ୟ ଜଣଙ୍କ ସହ ବିବାହିତ ପରି ବସବାସ କରୁଥିବା ପ୍ରମାଣିତ ହୁଏ, ତେବେ ସେ ଭରଣପୋଷଣର ଅଧିକାର ପାଇବେ ନାହିଁ । ଏହି ଆଧାରରେ ସୁପ୍ରିମ କୋର୍ଟ ହାଇକୋର୍ଟଙ୍କ ରାୟକୁ ବାତିଲ କରିଦେଲେ ।

ଅଦାଲତ ଆହୁରି ସ୍ପଷ୍ଟ କରିଛନ୍ତି ଯେ “ଏଡଲ୍ଟେରି” ଓ “ଲିଭିଂ ଇନ୍ ଏଡଲ୍ଟେରି” ଏକ କଥା ନୁହେଁ । ଗୋଟିଏ ଘଟଣା କିମ୍ବା ସନ୍ଦେହ ଆଧାରରେ କୌଣସି ମହିଳାଙ୍କ ଭରଣପୋଷଣ ବନ୍ଦ କରାଯାଇପାରିବ ନାହିଁ । ଏହା ପ୍ରମାଣ କରିବାର ଦାୟିତ୍ୱ ସ୍ୱାମୀଙ୍କ ଉପରେ ରହିବ । ପର୍ୟ୍ୟାପ୍ତ ପ୍ରମାଣ ନଥିଲେ ପତ୍ନୀ ଭରଣପୋଷଣ ପାଇବାର ଅଧିକାରୀ ରହିବେ । ଏହି ରାୟ ପରେ ପରିବାର ଅଦାଲତରେ ଏପରି ମାମଲାରେ ପ୍ରମାଣର ଗୁରୁତ୍ୱ ଆହୁରି ବଢ଼ିବ । ଆଇନ ସ୍ପଷ୍ଟ କରିଛି ଯେ ନ୍ୟାୟ କେବଳ ଅଭିଯୋଗ ଉପରେ ନୁହେଁ, ବରଂ ସତ୍ୟ ଓ ଦୃଢ଼ ପ୍ରମାଣ ଆଧାରରେ ଦିଆଯିବ ।

Related posts

ନାଗାଲାଣ୍ଡ ବିପକ୍ଷ ମ୍ୟାଚରେ ଓଡ଼ିଶା ୨୯୯ ରନର ଏକ ବିଶାଳ ବିଜୟ ହାସଲ କରିଛି

mahabharatanews

ପୋଲିସର ‘କପି-ପେଷ୍ଟ’ ଭୁଲ୍, ଜେଲ୍‌ରୁ ବାହାରିଲେ ହତ୍ୟାକାରୀ ସ୍ତ୍ରୀ

mahabharatanews

୨୪ ଘଣ୍ଟାରେ ଉଠିଲା ୨୭ଟି ସୌର ଝଡ଼

mahabharatanews