ଓଡିଶା

ଗାନିବ୍ରହ୍ମ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

(ମହାଭାରତ, ଡେଲାଙ୍ଗ): ପୁରୀ ଜିଲ୍ଲା ଡେଲାଙ୍ଗ ଗାନିବ୍ରହ୍ମ ମହାବିଦ୍ୟାଳୟର ୨୭ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଦୀପ ମହାରଥୀ ଯୋଗ ଦେଇଥିଲେ । ଡ଼. ଅଧ୍ୟାପିକା ପ୍ରତିଭା ଶତପଥୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ମହାବିଦ୍ୟାୟର ପ୍ରଶଂସା କରିବା ସହ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଆହ୍ୱାନ ଦେଇଥିଲେ । ସମ୍ନାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ଓ ବିଡିଓ କ୍ଷୀରୋଦ ପ୍ରଧାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଅବସରରେ ଏକ ସଭାର ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ସରୋଜ କୁମାର ପଣ୍ଡା ସଭାରେ ସଭାପତିତ୍ୱ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ କଲେଜ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ ।

Related posts

ପୁଣି ଜଣେ ସାଂସଦ କରୋନା ପଜିଟିଭ୍

mahabharatanews

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ପଦଯାତ୍ରା

mahabharatanews

ନାମାଙ୍କନ ପତ୍ର ଦାଖଲ କଲେ ବିଜେଡିର ୪ ଜଣ ରାଜ୍ୟସଭା ପ୍ରାର୍ଥୀ

mahabharatanews