ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭଉଣୀ ଆଲୀମା ଖାନଙ୍କୁ ବାନ୍ଧିଲା ପୋଲିସ । ସେ ଲାହୋର ସ୍ଥିତ ଘରୁ ବାହାରିବାମାତ୍ରେ ତାଙ୍କୁ ପୁଲିସ୍ ଉଠାଇ ନେଇ ଅଟକ ରଖିଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇଛି। ଏବେ ସେ କୋଟ ଲଖପତ ଜେଲରେ ଥିବା ଜଣାପଡ଼ିଛି।ଆସନ୍ତା ସପ୍ତାହରେ ଇମ୍ରାନଙ୍କ ଦଳ ପିଟିଆଇ ତାଙ୍କ ରିଲିଜ ପାଇଁ ଆନ୍ଦୋଳନ କରିବାକୁ ଯୋଜନା କରିଛି। ଏହା ପୂର୍ବରୁ ଆଲୀମାଙ୍କୁ ପୁଲିସ୍ ଗିରଫ କରିଛି।

ଇମ୍ରାନ ଖାନଙ୍କୁ ଜେଲରୁ ଖଲାସ କରିବା ଦାବିରେ ପିଟିଆଇ ସେପ୍ଟେମ୍ବର ୨୭ରେ ବଡ଼ ଆନ୍ଦୋଳନର ଡାକରା ଦେଇଛି। ଏହାପୂର୍ବରୁ ହିଁ ଏପରି ଘଟଣା ଘଟିଛି। ଇମ୍ରାନଙ୍କ ଦ୍ୱିତୀୟ ଭଉଣୀ ନୋରୀନ ଜିଆଜିଙ୍କ ପାଖରେ ଆଲୀମାଙ୍କୁ କୋଟ ଲଖପତ ଜେଲକୁ ନିଆଯାଇଥିବାର ଖବର ରହିଛି।୨୦୨୨ରେ ଇମ୍ରାନ ଖାନ ଆସ୍ଥା ଭୋଟରେ ହାରି ପ୍ରଧାନମନ୍ତ୍ରୀ ପଦ ଛାଡ଼ିଥିଲେ। ଏହାପରେ ତାଙ୍କ ନାଁରେ ଏକାଧିକ ମାମଲା ରୁଜୁ କରାଯାଇଛି। କିଛି ମାମଲାରେ ସେ ଗିରଫ ହୋଇ କୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ମଧ୍ୟ ହୋଇଛନ୍ତି।
