ଓଡିଶା

କୋଟସମଲାଇରେ ପାତାଳି ମହୋତ୍ସବ ଉଦ୍ୟାପିତ

(ମହାଭାରତ, ସୋନପୁର): ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇ ଗାଁ ଠାରେ ପାତାଳି ମହୋତ୍ସବ ଉଦ୍ୟାପିତ ହୋଇଯାଇଛି । ଏହି ଗାଁ ନିକଟସ୍ଥ ପାହାଡରେ ଥିବା ପାତାଳୀ ଶ୍ରୀକ୍ଷେତ୍ରରେ ସବୁ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଦୀର୍ଘ ୭ ଦିନ ଧରି ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଠାରେ ପାତାଳୀ ଥିବା ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ହେଉଥିବା ଏହି ମହୋତ୍ସବକୁ ଦେଖିବା ପାଇଁ ଜିଲ୍ଲାବାସୀ ଓ ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତ ସାମିଲ ହୋଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଭକ୍ତମାନେ ପାହାଡ ଚଢି ଗୁମ୍ଫା ଦର୍ଶନ କରିଥିଲେ । ଆଉ କେହି ଭଜନ କୀର୍ତ୍ତନରେ ସାମିଲ ହୋଇଥିଲେ । ୨୦୦୬ ମସିହାରୁ ଏହି ମହୋତ୍ସବ ଅନୁଷ୍ଠିତ ହୋଇଆସୁଛି । ଚଳିତବର୍ଷ ଏହି ଉତ୍ସବକୁ ୧୫ ବର୍ଷ ପୂରି ଥିବା ବେଳେ ଏଠାରେ ଥିବା ପାତାଳି ଶ୍ରୀକ୍ଷେତ୍ର ମହୋତ୍ସବ କମିଟି ଏହାକୁ ଯାକଯମକରେ ପାଳନ କରିଛି । ଏହି ଅବସରରେ ଏଠାରେ ପାରାୟଣ, ଅଖଣ୍ଡ ଭଜନ ସମାରୋହ ଓ ନାମ କୀର୍ତ୍ତନର ଆୟୋଜନ ହୋଇଥିଲା । ଲୋକଙ୍କ ମନୋରଞ୍ଜନ ତଥା ଘରୋପକରଣ କିଣାକିଣି ପାଇଁ ଦୋକାନ ବଜାର ଆଦି ଦେଖିବାକୁ ମିଳିଥିଲା ।

Related posts

ସ୍କ୍ରବ ଟାଇଫସ ଆତଙ୍କ; ଆଜି ୧୦ ଚିହ୍ନଟ

mahabharatanews

ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍

mahabharatanews

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଅବସରପ୍ରାପ୍ତ ଓଆଇଏସ୍ ନିରଞ୍ଜନ ସେଠୀ ଗିରଫ

mahabharatanews