ଓଡିଶା

ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ

ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେବା ସମର୍ପଣର ୨୫ ବର୍ଷ ପୂର୍ତ୍ତି ଅବସରରେ ବିଜେପି ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ସେବା ସଂକଳ୍ପ ଅଭିଯାନ । ଏହି ଅବସରରେ ଫୁଲବାଣୀ ସ୍ଥିତ ସର୍କିଟ ହାଉସଠାରେ କନ୍ଧମାଳ ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଜିଲ୍ଲା ସଭାପତି ପଣ୍ଡିତ ବିଶି ମାଝୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଅଭିଯାନର ବିଭିନ୍ନ କାର୍ଯ୍ୟକ୍ରମ ନେଇ ସୂଚନା ଦିଆଯାଇଛି ।ସେବା ସମର୍ପଣର ୨୫ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବା ଲକ୍ଷ୍ୟରେ ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ଆୟୋଜନ କରାଯିବ । ଏହି ଅଭିଯାନ ମାଧ୍ୟମରେ ଗାଁଠାରୁ ସହର ପର୍ଯ୍ୟନ୍ତ ପହଞ୍ଚି ଲୋକଙ୍କ ନିକଟରେ ମୋଦି ସରକାରଙ୍କ ବିଭିନ୍ନ ସେବା ଓ ଜନକଲ୍ୟାଣମୂଳକ କାର୍ଯ୍ୟ ସମ୍ପର୍କରେ ଅବଗତ କରାଯିବ ।

ଆସନ୍ତା ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ମାସେ ବ୍ୟାପୀ ଏହି ଅଭିଯାନ ଚାଲିବ । ଏହି ସମୟ ମଧ୍ୟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜନସମ୍ପର୍କ, ସଚେତନତା ଓ ସେବାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବାକୁ ଦଳ ପକ୍ଷରୁ ଯୋଜନା କରାଯାଇଛି ।ଏହି ଅଭିଯାନର ଉଦ୍ଦେଶ୍ୟ ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଜି ଫୁଲବାଣୀ ସର୍କିଟ ହାଉସଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦିଆଯାଇଥିଲା । ଜିଲ୍ଲା ବିଜେପି ସମ୍ପାଦକ ସଞ୍ଜିତ୍ ମଣ୍ଡଳ ଏବଂ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନ ଗୋବିନ୍ଦ ପ୍ରଧାନଙ୍କ ସମେତ ଦଳର ଅନ୍ୟାନ୍ୟ ନେତା ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Related posts

ରାଜ୍ୟର ୨୧ଟି ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ସମ୍ଭାବନା 

mahabharatanews

୫ଦିନ ଯାଏଁ ରାଜ୍ୟରେ ବର୍ଷିବ  

mahabharatanews

ଅବଢା ଓ ମହାପ୍ରସାଦର ପବିତ୍ରତା ରକ୍ଷା ନେଇ ଉଠୁଛି ପ୍ରଶ୍ନ

mahabharatanews