ଓଡିଶା

ପାଚେରୀ ଭାଙ୍ଗି ଧାନ ଖାଇଗଲେ ଦନ୍ତା

(ମହାଭାରତ, ସମ୍ବଲପୁର): ସମ୍ବଲପୁର ଜିଲ୍ଲା ଶାସନ ଥାନା କୁଶନୀପୁର ଗାଁରେ ପୁଣି ହାତୀ ଉପଦ୍ରବ ଦେଖା ଦେଇଛି । ଗାଁରେ ପଶି ଦୁଇଟି ଦନ୍ତା ଘର ଭାଙ୍ଗିବା ସହ ଧାନ ଖାଇଛନ୍ତି । ସୂଚନା ଅନୁଯାୟୀ, କିଛିଦିନ ଧରି ୨ ଦନ୍ତାଙ୍କ ଚଳପ୍ରଚଳ ବୃଦ୍ଧି ପାଇଥିଲା । ତେବେ ଗତ ଶନିବାର ବିଳମ୍ବିତ ରାତିରେ ଦନ୍ତା ଦୁଇଟି ପୁଣି ଗାଁରେ ପଶି ଘର ପାଚେରୀ ଓ କବାଟ ଭାଙ୍ଗିବା ସହ ଅମଳ ହୋଇଥିବା ଧାନ ଖାଇ ଦେଇଛନ୍ତି । ଏହା ସହ ସେଠାରେ ଥିବା ଗଛଗୁଡିକୁ ମଧ୍ୟ ଭାଙ୍ଗି ନଷ୍ଟ କରିଦେଇଛନ୍ତି । ଦନ୍ତାଙ୍କ ଏଭଳି ଉତ୍ପାତରେ ଗାଁ ଲୋକେ ଭୟଭୀତ ହୋଇଛନ୍ତି । ଏବେ ଏହି ଦୁଇ ଦନ୍ତାଙ୍କୁ ସେହି ଅଞ୍ଚଳରୁ ଘଉଡାଇବାକୁ ବନ ବିଭାଗକୁ ଅଭିଯୋଗ କରିଥିବା ଜଣାପଡିଛି ।

Related posts

କରୋନା ଭୟ: ମେଡିକାଲ ବାହାରେ ପଡି ରହିଛି କରୋନା ଯୋଦ୍ଧାଙ୍କ ମୃତଦେହ

mahabharatanews

୧୪/୧୫ରେ ବର୍ଷା କମାଇବ ତାତି

mahabharatanews

ଫିରିଙ୍ଗିଆ ବ୍ଲକ ଛକରେ କାର ସହ ଅଟୋ ମୁହାଁମୁହିଁ ଧକ୍କା ସାତ ଜଣ ଅଟୋ ଆରୋହୀ ଆହତ

mahabharatanews