Accidentଓଡିଶା

ଫିରିଙ୍ଗିଆ ବ୍ଲକ ଛକରେ କାର ସହ ଅଟୋ ମୁହାଁମୁହିଁ ଧକ୍କା ସାତ ଜଣ ଅଟୋ ଆରୋହୀ ଆହତ

କନ୍ଧମାଳ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟରେ ଏକ କାର ସହ ଏକ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ଅଟୋରେ ବସିଥିବା ସାତ ଜଣ ଯାତ୍ରୀ ଗୁରୁତର ଆହତ ହୋଇ ଛନ୍ତି ଓ ସୂଚନା ଅନୁସାରେ ପୁଲବାଣୀ ପଟୁ ଫିରିଙ୍ଗିଆ ପଟକୁ କିଛି ଯାତ୍ରୀ ଙ୍କୁ ନେଇ ଆସୁଥିବା ଏକ ଓଟୋକୁ ଫିରିଙ୍ଗିଆ ବ୍ଲକ ଛକ ନିକଟରେ ବାଲିଗୁଡା ପଟୁ ଫୁଲବାଣୀ ପଟକୁ ଦ୍ରୁତ ଗତିରେ ଆସୁଥିବା ଏକ କାର ଧକ୍କା ଦେଇଥିଲା ଓ ଫଳରେ ଅଟୋଟି ରାସ୍ତା ଉପରେ ଓଲଟି ପଡିବାରୁ ଓଟୋରେ ବସିଥିବା ସାତଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ ଓ ଘଟଣା ସ୍ଥଳରେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ସହ ସଞ୍ଜୟ କୁମାର ଦିଗାଲ ଓ ମିଥୁନ ମହାରଣା ପହଞ୍ଚି ଆହତ ବ୍ୟକ୍ତି ମାନଙ୍କୁ ଫିରିଙ୍ଗିଆ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତି କରିଥିଲେ ଓ ତେବେ ଆହତ ମାନେ ଫିରିଙ୍ଗିଆ ବ୍ଲକ ରତଙ୍ଗ ପାଞ୍ଚୟତ ଯାର୍ଗି ପଦର ଗାଁ ର ବୋଲି ଜଣା ପଡ଼ିଥିବା ବେଳେ ସମସ୍ତେ ଗୋଟିଏ ପରିବାର ର ଓ ସେମାନେ ଫୁଲବାଣୀ ସଦର ଥାନା କେରେଡ଼ି ଗାଁ କୁ ଏକ ଶୁଦ୍ଧିକ୍ରିୟା ରେ ଯୋଗଦେଇ ନିଜ ଗାଁକୁ ଫେରୁଥିବା ଜଣା ପଡିଛି ଓ ଆହତ ମାନଙ୍କ ମଧ୍ୟରେ ଜାର୍ଗୀ ପଦର ଗାଁ ର କୁସୁମ ଦିଗାଲ,ତ୍ରେତୟା ଦିଗାଲ , ଟୁଡୁ ମାଝୀ, ଫକୀର ଦିଗାଲ,କବିତା ଦିଗାଲ , ଯାମିନୀ ଦିଗାଲ ଗୀତା ଦିଗାଲ ବୋଲି ଜଣା ପଡିଛି ଓ ଅନ୍ୟପଟେ ପୋଲିସ ଉଭୟ କାର ଓ ଓଟୋକୁ ଥାନାକୁ ଆଣିଥିବା ବେଳେ ଦୁର୍ଘଟଣା ଘଟାଇଥିବା କାର ର ଡ୍ରାଇଭର କୁ ଥାନାରେ ଅଟକ ରଖିଥିବା ବେଳେ ଡ୍ରାଇଭର ଜଣକ ଫୁଲବାଣୀ ସହରର ବୋଲି ଜଣା ପଡ଼ିଥିବା ବେଳେ ସେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ କାର୍ୟ୍ୟାଳୟ ରେ ମୁଖ୍ୟ କିରାଣୀ ଭାବରେ କାର୍ୟ୍ୟରତ ଥିବା ଜଣାପଡିଛି

Related posts

ରାଥିବାଲି ଜଳପ୍ରପାତରେ ଅଘଟଣ, ନୂଆ ବର୍ଷ ବୁଲିବାକୁ ଯାଇ ଖସିଗଲା ଗୋଡ଼, ଜଣେ ମୃତ୍ୟୁ

mahabharatanews

କରୋନା: ଗୁଜବ ପ୍ରଚାର କରି ଯୁବକ ଗିରଫ

mahabharatanews

୨୪ ଘଣ୍ଟା ମଧ୍ୟରେ ୧୨୪୭ କରୋନା ପଜିଟିଭ୍ ଚିହ୍ନଟ

mahabharatanews