ନୂଅ।।ଦିଲ୍ଲୀ: କରୋନା ଭୂତାଣୁରେ ଏବେ ସାରା ଦୁନିଆରେ ୧୭୩୮୭ ଲୋକ ଆକ୍ରାନ୍ତ ହୋଇସାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭୨୦୫ କେବଳ ଚୀନରେ ଅଛନ୍ତି । ଏଥିରେ ୩୬୨ ଲୋକଙ୍କ ମୃତ୍ୟୁ ହେଲାଣି । ଏହା ପୂର୍ବରୁ ଦୁନିଆରେ ବଡ ଓ ଶକ୍ତିଶାଳୀ ଦେଶ କରୋନା ଭୂତାଣୁର ଔଷଧ ଖୋଜି ବାହାର କରିଦେଇଛନ୍ତି । ଥାଇ ଲ୍ୟାଣ୍ଡ ଡାକ୍ତରମାନେ କିଛି ନୂଆ ଔଷଧକୁ ମିଶାଇ କରୋନା ଭୂତାଣୁ ପାଇଁ ଔଷଧ କରିଛନ୍ତି । ଥାଇଲ।।ଣ୍ଡ ସରକାର ଦାବି କରିଛି, ଏହି ଔଷଧ କରୋନା ପ୍ରତିହତ କରିବ।।ରେ ସାର୍ଥକ ହୋଇଛି । ୪୮ ଘଣ୍ଟାରେ ରୋଗୀ ଭଲ ହେଉଛନ୍ତି ।
ଥାଇଲାଣ୍ଡ ଡାକ୍ତର କ୍ରିଏନସାକ ଅତିପାର୍ନବାନିଚ କହିଛନ୍ତି, ଏହି ଔଷଧକୁ ୭୧ ବର୍ଷୀୟ ମହିଳା ରୋଗୀଙ୍କଠାରେ ପ୍ରୟୋଗ କରାଯିବାର ୪୮ ଘଣ୍ଟା ପରେ ସେ ଆରୋଗ୍ୟ ହୋଇଛନ୍ତି । ଔଷଧ ସେବନର ୧୨ ଘଣ୍ଟରେ ରୋଗୀ ବିଛଣ।।ରେ ଉଠି ବସିବାରେ ସକ୍ଷମ ହୋଇଥିଲେ,ଯେତେବେଳେ ଏହା ପୂର୍ବରୁ ତ।।ଙ୍କ ସ୍ଥିତି ଖରାପ ଥିଲା । ସେ ଉଠିବସି ପାରୁ ନ ଥିଲେ । ୪୮ ଘଣ୍ଟା ପରେ ୯୦ ପ୍ରତିଶତ ସ୍ୱାସ୍ଥ୍ୟ।।ବସ୍ଥା ଭଲ ହୋଇଥିଲା । ଅଳ୍ପ ଦିନରେ ତାଙ୍କୁ ଠିକ କରି ଘରକୁ ପଠାଇ ଦିଆଯିବ ବୋଲି ଡାକ୍ତର କହିଛନ୍ତି । ଡାକ୍ତର ଆହୁରି କହିଛନ୍ତି, ଏହି ଔଷଧକୁ ଲ୍ୟାବରେ ପରୀକ୍ଷା କରାଯାଇଛି, ଏଥିରୁ ସକାରାତ୍ମକ ଫଳ ମିଳିଛି । କରୋନା ଚିକିତ୍ସା ପାଇଞ ଆଣ୍ଟି ଫ୍ଲୁ ଗ୍ରଗ ଓସେଲ୍ଟମିବିରକୁ ଲୋପିନାବିର ଓ ରେଟୋନାବିର ସହ ମିଶ।।ଇ ନୂଆ ଔଷଧ ତିଆରି କରାଯାଇଛି, ଯାହା ଅତ୍ୟନ୍ତ ଫଳପ୍ରଦ ସାବ୍ୟସ୍ତ ହୋଇଥିବା ଡାକ୍ତର କହିଛନ୍ତି ।
