ଓଡିଶା

ଚନ୍ଦ୍ରଭାଗାରେ ବିଚିତ୍ର ଫାଉଣ୍ଡେସନର ସଫେଇ କାର୍ଯ୍ୟକ୍ରମ

(ମହାଭାରତ, କୋଣାର୍କ): ଭୁବନେଶ୍ୱରର ବିଚିତ୍ର ଫାଉଣ୍ଡେସନ ପକ୍ଷରୁ ଚନ୍ଦ୍ରଭାଗା ଠାରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମାଘ ମେଳା ପରେ ଚନ୍ଦ୍ରଭାଗାର ମେଳାପଡିଆ, ବେଳାଭୁମୀ ଅଞ୍ଚଳରେ ଜମିଥିବା କୁଢ କୁଢ ଅଳିଆ ଆବର୍ଜନା ହଟାଇବା ପାଇଁ ଏହି ସଫେଇ କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା । ଏଥିରେ କୋଣାର୍କ ସାହିତ୍ୟ ସଂସଦର ସମ୍ପାଦକ ରବୀନ୍ଦ୍ରନାଥ ବାହିନୀପତି ଯୋଗ ଦେଇ ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ଫାଉଣ୍ଡେସନର ସମ୍ପାଦକ ବିଚିତ୍ର ମହାପାତ୍ରଙ୍କ ସମେତ ୨୦ ଜଣ ସଦସ୍ୟ ଯୋଗ ଦେଇଥିଲେ । ଏହି ଅବସରରେ ଚନ୍ଦ୍ରଭାଗା ମେଳା ପଡିଆ, ବେଳାଭୂମୀ ଓ ବଜାର ଅଞ୍ଚଳରେ ପଡିରହିଥିବା ଅଳିଆ ଆବର୍ଜନାକୁ ସଫା କରାଯାଇଥିଲା ।

Related posts

ରାଜ୍ୟରେ କମିଛି କରୋନା ସଂକ୍ରମଣ; ୧୮୦ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ଚଳିତ ବର୍ଷ ସନ୍ଧ୍ୟା ପୂର୍ବରୁ ହେବ କୁମାର ପୂର୍ଣ୍ଣିମା ପୂଜା 

mahabharatanews

ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡିଆ ନବବର୍ଷ ଓ ପଣା ସଂକ୍ରାନ୍ତି ପାଳିତ

mahabharatanews