ଓଡିଶା

ଚନ୍ଦ୍ରଭାଗାରେ ବିଚିତ୍ର ଫାଉଣ୍ଡେସନର ସଫେଇ କାର୍ଯ୍ୟକ୍ରମ

(ମହାଭାରତ, କୋଣାର୍କ): ଭୁବନେଶ୍ୱରର ବିଚିତ୍ର ଫାଉଣ୍ଡେସନ ପକ୍ଷରୁ ଚନ୍ଦ୍ରଭାଗା ଠାରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମାଘ ମେଳା ପରେ ଚନ୍ଦ୍ରଭାଗାର ମେଳାପଡିଆ, ବେଳାଭୁମୀ ଅଞ୍ଚଳରେ ଜମିଥିବା କୁଢ କୁଢ ଅଳିଆ ଆବର୍ଜନା ହଟାଇବା ପାଇଁ ଏହି ସଫେଇ କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା । ଏଥିରେ କୋଣାର୍କ ସାହିତ୍ୟ ସଂସଦର ସମ୍ପାଦକ ରବୀନ୍ଦ୍ରନାଥ ବାହିନୀପତି ଯୋଗ ଦେଇ ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ଫାଉଣ୍ଡେସନର ସମ୍ପାଦକ ବିଚିତ୍ର ମହାପାତ୍ରଙ୍କ ସମେତ ୨୦ ଜଣ ସଦସ୍ୟ ଯୋଗ ଦେଇଥିଲେ । ଏହି ଅବସରରେ ଚନ୍ଦ୍ରଭାଗା ମେଳା ପଡିଆ, ବେଳାଭୂମୀ ଓ ବଜାର ଅଞ୍ଚଳରେ ପଡିରହିଥିବା ଅଳିଆ ଆବର୍ଜନାକୁ ସଫା କରାଯାଇଥିଲା ।

Related posts

ମେକ୍ ଇନ୍ ଓଡିଶା କନକ୍ଲେଭ,ଭୁବନେଶ୍ୱର ଅକାଶରେ ଏକା ସାଙ୍ଗରେ ଉଡିଲା ୬ ଡ୍ରୋନ

mahabharatanews

ଆସନ୍ତା ୫ଦିନ ରାଜ୍ୟରେ ବଢିବ ତାତି

mahabharatanews

୧୨ଟି ଜିଲ୍ଲାରେ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି

mahabharatanews