ଓଡିଶା

ରାଜଧାନୀରେ ଯାତ୍ରୀଙ୍କୁ ନେବା ଆଣିବା କରୁଛି ପିସିଆର୍‌ ଓ ପୋଲିସ ଭ୍ୟାନ୍‌ !

ଜୋର ଧରିଛି ଅଟୋ ସଂଘ ଆନ୍ଦୋଳନ। ଓଲା-ଉବେର ସମେତ ପ୍ରାୟ ୨୦ଟି ଅଟୋ ସଂଗଠନ ଆନ୍ଦୋଳନକୁ ଓଲ୍ହାଇଛନ୍ତି । ଭୁବନେଶ୍ୱର ବିମାନବନ୍ଦର ନିକଟରେ ତିନି ଦଫା ଦାବି ପୁରାଣ କରିବା ପାଇଁ ଅଟୋ ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଛି।
ଅଟୋ ସେବା ବନ୍ଦ ହେବ କାରଣରୁ ଅନେକ ଯାତ୍ରୀ ଯାତାୟତକୁ ନେଇ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିମାନ ବନ୍ଦରରୁ ମଧ୍ୟ ଯାତ୍ରୀ ମାନଙ୍କୁ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଅଟୋ ନ ମିଳିବା କାରଣରୁ ହଇରାଣ ରେ ପଡିଛନ୍ତି । ତେବେ ଯାତ୍ରୀ ମାନଙ୍କ ସମସ୍ୟା କୁ ନଜର ରେ ରଖି କମିସନରେଟ ପୋଲିସ ସାହାଯ୍ୟର ହାତ ବଢ଼ାଇଛି। ବିଶେଷକରି ବୟସ୍କ ଓ ରୋଗୀ ଯାତ୍ରୀଙ୍କୁ ପୋଲିସ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉଛି । ଅଟୋ ମିଳୁନଥିବାରୁ ପିସିଆର୍‌ ଓ ପୋଲିସ ଭ୍ୟାନ୍‌ ଗନ୍ତବ୍ୟସ୍ଥଳକୁ ଯିବାର ମାଧ୍ୟମ ସାଜିଛି ।
ଅଟୋ ସଂଘର ଏଭଳି ଆନ୍ଦୋଳନ ଯୋଗୁଁ ରାଜଧାନୀରେ ଯାତାୟାତ ବ୍ୟବସ୍ଥା ବେଶ ପ୍ରଭାବିତ ହୋଇଛି । ତେବେ ଆନ୍ଦୋଳନକାରୀଙ୍କ ଦାବି ଓ ପରବର୍ତ୍ତୀ ପଦକ୍ଷେପ ଉପରେ ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି ।

Related posts

ବିଦ୍ୟାଶ୍ରୀଙ୍କ ପରିବାରକୁ ଜେରା

mahabharatanews

ଆଦିବାସୀ ହୋ-ଭାଷାର ଜନକଙ୍କୁ ଶ୍ରଦ୍ଧାଞ୍ଜଳି

mahabharatanews

ଆରଟିଓ ଭୁବନେଶ୍ୱର ୧ ଅଫିସ ସାମ୍ନାରେ ଦଲାଲ ଗିରି କରୁଥିବା ଅଭିଯୋଗରେ ୯ଜଣ ଦଲାଲଙ୍କୁ ବାନ୍ଧିଲା କମିଶନରେଟ ପୋଲିସ

mahabharatanews