ଓଡିଶା

ବାଲିଗୁଡ଼ାରେ କନ୍ଧମାଳ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି…

କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ସଭାଗୃହ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି | କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣଙ୍କ ଅଧ୍ୟକ୍ଷତାରେ ଆଜି ଏହି ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜିର ଜନଶୁଣାଣି କାର୍ଯ୍ୟକ୍ରମ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରମେନ୍ଦ୍ର ପ୍ରସାଦ, ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରଣୀତା ଦାଶ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ଅଧିକାରୀ ପ୍ରବୀଣ ବାଣୁଆ, ଜିଲ୍ଲା ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ ସମେତ ବାଲିଗୁଡ଼ା ଉପଖଣ୍ଡର ବହୁ ପ୍ରମୁଖ ଅଧିକାରୀମାନେ ଅଭିଯୋଗ ଶୁଣାଣିରେ ଯୋଗ ଦେଇଥିଲେ ।

ଆଜିର ଅଭିଯୋଗ ଶୁଣାଣିରେ ସମୁଦାୟ ୫୯ଟି ଅଭିଯୋଗ ଶୁଣାଣି ହୋଇଥିଲା। ରାସ୍ତାଘାଟ, ପାନୀୟଜଳ, ଜମିଜମା ତଥା ବସୁନ୍ଧରା ଯୋଜନା , ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ସହ ସମୁଦାୟ ୫୯ଟି ସମସ୍ୟା ଅଭିଯୋଗ ଉପରେ ଆଲୋଚନା କରିଥିବା ବେଳେ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିବା ଦେଖିବାକୁ ମିଳିଛି ।

Related posts

ଭାଲୁ ଆକ୍ରମଣରେ ଜଣେ ଗୁରୁତର

mahabharatanews

ଅଙ୍ଗନୱାଡି କେନ୍ଦ୍ରରେ ପିଲାଙ୍କୁ ରନ୍ଧା ଖାଦ୍ୟ ନ ମିଳିବା ନେଇ ତାତିଲେ ଲୋକେ

mahabharatanews

ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍‌ ବୈଠକରେ ୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି

mahabharatanews