ଓଡିଶା

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

(ମହାଭାରତ, ଜଳେଶ୍ୱର): ଜଳେଶ୍ୱର ପୋଲିସକୁ ବଡ ସଫଳତା ମିଳିଛି । ଗତ ମଙ୍ଗଳବାର ଏଠାରୁ ବ୍ରାଉନସୁଗାର ଜବତ ହୋଇଛି । ଏହି ଘଟଣାରେ ୩ ଜଣଙ୍କୁ ପୋଲିସ ଗିରଫ କରିଛି । ସୂଚନା ଅନୁଯାୟୀ, ଏଠାରେ ବ୍ରାଉନ ସୁଗାର କାରବାର ଚାଲିଥିବା ଖବର ପୋଲିସକୁ ମିଳିଥିଲା । ପରେ ଏସଡିପିଓ ଅଙ୍କିତା କୁମାରୀଙ୍କ ନିର୍ଦ୍ଦେଶ କ୍ରମେ ଜଳେଶ୍ୱର ଥାନାଧିକାରୀ ଧନେଶ୍ୱର ସାହୁ ମହମ୍ମଦ ନଗର ପାଟଣା ଅଞ୍ଚଳରେ ପୋଲିସର ଏକ ଟିମ ଚଢାଉ କରିଥିଲା । ଚଢାଉ ବେଳେ ଏଠାରୁ ୫୦ ଗ୍ରାମରୁ ଉଦ୍ଧ୍ୱର୍ ବ୍ରାଉନସୁଗାର ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ପୋଲିସ ଗିରଫ କରିଛି । ଏହାସହ ଘଟଣାସ୍ଥଳରୁ ପୋଲିସ ଏକ ବାଇକ୍ ଜବତ କରିଛି । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଅଧିକ ହେବ ବୋଲି ପୋଲିସ ସୂଚନା ଦେଇଛି । ତେବେ ପୋଲିସ ମହାନିର୍ଦ୍ଦେଶକ ସୁଧାଂଶୁ ଷଡଙ୍ଗୀଙ୍କ ବାଲେଶ୍ୱର ଗସ୍ତ ପରେ ଜଳେଶ୍ୱର ପୋଲିସ ତତ୍ପରତା ଦେଖାଇଥିବା ଜଣାପଡିଛି ।

Related posts

 ଖସିଲା ଯାତ୍ରୀବାହୀ ବସ୍; ୪୦ ଜଣ ଆହତ

mahabharatanews

ରଥଯାତ୍ରା ପୂର୍ବରୁ ହେବ ସିଂହଦ୍ୱାରରେ ରୂପା ଛାଉଣୀ 

mahabharatanews

ଓୟୋରେ ଦୁଷ୍କର୍ମ, ଯୁବକ ଗିରଫ

mahabharatanews