ଓଡିଶା

ଖସିଲା ସେନା ଗାଡି; ସହିଦ୍ ହେଲେ ୯ ସେନା

(ଲଦାଖ) : ଖାଲରେ ଖସିଲା ସେନା ଗାଡି । ଲଦାଖରୁ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଫଳରେ ୯ଜଣ ଯବାନ ସହିଦ୍ ହୋଇଛନ୍ତି । ଶନିବାର ସନ୍ଧ୍ୟାରେ ଲଦାଖର ୟୁନିଅନ୍ ଟେରିଟୋରୀରେ ଭାରତୀୟ ସେନା ଗାଡି ଏକ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ।

ସୂଚନାନୁଯାୟୀ ,  ରାଜଧାନୀ ଲେହ ନିକଟସ୍ଥ କ୍ୟାରୀ ସହରଠାରୁ କିଛି ଦୂରରେ ସେନା ଗାଡି ଏକ ଗଭୀର ଖାଲକୁ ପଡ଼ିଯାଇଥିଲା । ଏହି ଦୁର୍ଘଟଣାରେ ୯  ସେନା ସୈନିକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଜଣେ ସୈନିକ ଆହତ ହୋଇଥିବା ଖବର ରହିଛି । ଗୋଟିଏ ଟ୍ରକରେ ୨ ଜୁନିୟର କମିଶନ ଅଫିସର ଏବଂ ୭ ଯବାନ ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଏହାପୂର୍ବରୁ ୮ ଜଣ ଯବାନଙ୍କ ମୃତ୍ୟୁ ଖବର ଆସିଥିଲା, କିନ୍ତୁ ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ ମୃତ୍ୟୁ ସଂଖ୍ୟା ନଅକୁ ବୃଦ୍ଧି ପାଇଛି ଏବଂ ଜଣେ ଯବାନ ଆହତ ହୋଇଛନ୍ତି ।

Related posts

ଧାନ କିଣାରେ ମିଡିଲ ମ୍ୟାନଙ୍କ ରୋଲ ରହିବ ନାହିଁ : ମନ୍ତ୍ରୀ

mahabharatanews

ଭୋଟ୍ ଗଣତିର ୨୧ ରାଉଣ୍ଡ୍ ସୁଦ୍ଧା ଜୟ ଢ଼ୋଲକିଆ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ବହୁ ଆଗରେ

mahabharatanews

ଦେବସ୍ନାନ ପୂର୍ଣ୍ଣିମା : ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟ ଦର୍ଶନ, ୧୦୮ କଳସ ଜଳରେ ହେବ ମହାସ୍ନାନ ନୀତି

mahabharatanews