Uncategorized

ସ।ହିନବାଗ ମାମଲାର ଆସନ୍ତା ଶୁଣାଣି ସୋମବାର

ନୂଆଦିଲ୍ଲୀ: ଆଜି ସୁପ୍ରିମ କୋର୍ଟରେ ସାହିନ ବାଗ ମାମଲାର ଶୁଣାଣିକୁ ସ୍ଥଗିତ ରଖାଯାଇଛି । ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ ଥିବାରୁ ଏହି ମାମଲାରେ ରାୟ ପ୍ରକାଶ କରିବାକୁ କୋର୍ଟ ରୋକଠୋକ ମନା କରିଦେଇଛନ୍ତି । କୋର୍ଟରେ ଆଜି ସାହିନ ବାଗରେ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ଚାଲିଥିବା ପ୍ରଦର୍ଶନ କାରଣରୁ ଉକ୍ତ ର।।ସ୍ତାରେ ପ୍ରବଳ ଟ୍ରାଫିକ ସମସ୍ୟା ଦେଖା ଦେଉଛି । ଉକ୍ତ ରାସ୍ତା ଖାଲିକରିବାକୁ ନେଇ ଯାଚିକା କୋର୍ଟରେ ଦାଖଲ ହୋଇଥିଲା । ଆଜି ଏହି ମାମଲାର ଶୁଣାଣି ହେବାକୁ ଥିଲା । କିନ୍ତୁ ଆଜି କୋର୍ଟ ଶୁଣାଣି କରିଥିଲେ ମଧ୍ୟ ଏହା ଉପରେ କୌଣସି ରାୟ ଦେବାକୁ ମନା କରିଦେଇଛନ୍ତି । ଦିଲ୍ଲୀ ନିର୍ବାଚନ ପରେ ଆସନ୍ତା ସୋମବାର ଏହି ମାମଲାରେ ରାୟ ପ୍ରକାଶ କରିବେ ବୋଲି କୋର୍ଟ କହିଛନ୍ତି । ଏହ।।କୁ ନେଇ ବିପକ୍ଷ ଓକିଲଙ୍କ ଯୁକ୍ତି ପରେ କୋର୍ଟ କହିଛନ୍ତି, ଯେହେତୁ ସିଏଏକୁ ନେଇ ରାଜନୀତି କରାଯାଉଛି ଓ ଆସନ୍ତା କାଲି ଦିଲ୍ଲୀରେ ନିର୍ବାଚନ ରହିଛି, ତେଣୁ ଏହି ମାମଲାର ରାୟ ନିର୍ବଚାନ ପୂର୍ବରୁ ପ୍ରକାଶ ପାଇଲେ ଏହା ନିର୍ବାଚନକୁ ପ୍ରଭାବିତ କରିବ ।

Related posts

ଜମ୍ମୁରୁ ବିପୁଳ ପରିମାଣର ଗୁଳିଗୁଳା ଜବତ

mahabharatanews

ଜନତା କର୍ଫ୍ୟୁ ପାଇଁ ଦିଲ୍ଲୀ ମେଟ୍ରୋ ବନ୍ଦ ହେବ

mahabharatanews

କୋରୋନା ଆତଙ୍କ: ୨୪ ଘଣ୍ଟାରେ ୧୦୩ ମୃତ୍ୟୁ, ଭାରତରେ ୨,୧୫,୮୨୪ ଯାତ୍ରୀଙ୍କ ଥର୍ମଲ ସ୍କ୍ରିନିଂ

mahabharatanews