ଅପରାଧ

ବନ୍ଧୁକ ମୁନରେ ଲୁଟିନେଲେ ୧ କେଜି ସୁନା ଗହଣା

(ମହାଭାରତ, ବାରଙ୍ଗ): କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ଗୋଡିସାହିରେ ରବିବାର ଏକ ସୁନା ଦୋକାନରୁ ବନ୍ଧୁକ ମୁନରେ ୧ କେଜି ଓଜନର ସୁନା ଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ଏଠାରେ ଥିବା ଲଳିତା ଜୁଏଲାରୀର ମାଲିକ ଦୋକାନ ବନ୍ଦ କରି ଘରକୁ ଫେରିବା ବେଳେ ଛଅ ଜଣ ଦୁର୍ବୃତ୍ତ ବାଇକ୍ ଧରି ସେଠାରେ ପହଞ୍ଚି ତାଙ୍କୁ ଆକ୍ରମଣ କରିଥିଲେ । ବନ୍ଧୁକରେ ତାଙ୍କ ମୁଣ୍ଡକୁ ଆଘାତ କରିବାକୁ ଦୋକାନ ମାଲିକ ତଳେ ପଡି ଯାଇଥିଲେ । ପରେ ଦୁର୍ବୃତ୍ତମାନେ ଦୋକାନରେ ପଶି କର୍ମଚାରୀମାନଙ୍କୁ ବନ୍ଧୁକ ଦେଖାଇ ସୁନାଗହଣା ଲୁଟି ନେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଦୋକାନ ମାଲିକଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲା । ଦୁର୍ବୃତ୍ତମାନେ ଲୁଟ୍ କରିବା ପରେ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରା ହାର୍ଡଡିସ୍କ ନେଇଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଅଧିକ ତଥ୍ୟ ହାସଲ ପାଇଁ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Related posts

୨୦୦ କୋଟି ଠକେଇ ମାମଲାରେ ପକ୍ଷପାତ ଅଭିଯୋଗ ଆଣିଲେ ଜ୍ୟାକ୍‌ଲିନ୍‌

mahabharatanews

୪ ଦିନିଆ ଭିଜିଲାନ୍ସ ହାଜତକୁ ଗଲେ ବିରଞ୍ଚି

mahabharatanews

ବିଜଲାନ୍ସ ଜାଲରେ ପୂର୍ବତନ କୃଷି ପରିଚାଳକ

mahabharatanews