ଅପରାଧଓଡିଶା

ସାମାନ୍ୟ ବଚସାରୁ ଦୁଇ ଗୋଷ୍ଠି ମଧ୍ୟରେ ମରଣାନ୍ତଙ୍କ ଆକ୍ରମଣ

(ଗଞାମ) ; ସାମାନ୍ୟ ବଚସା କୁ ନେଇ ମରଣାନ୍ତଙ୍କ ଆକ୍ରମଣ । ଏବଂ ରାସ୍ତା ପାଲଟିଲା ରଣକ୍ଷେତ୍ର । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଦିଗପହଣ୍ଡି ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାରେ । ସୂଚନାରୁ ପ୍ରକାଶ ଯେ ଶନିବାର ଦିନ ଗଣେଶ ପୂଜାରେ ମିଶିକି ମଦ ପିଉଥିଲେ । କୌଣସି ଏକ କାରଣରୁ ଦୁଇ ଗୋଷ୍ଠିଙ୍କ ମଧ୍ୟରେ ବଚସା ହୋଇଥିଲା । ଆଉ ଏହି ବଚସା କ୍ରମଶଃ ବଢିବା ପରେ ଆରମ୍ଭ ହୋଇଥିଲା ମହାଭାରତ । ଧାରୁଆ ଛୁରୀ ସାଙ୍ଗକୁ ବନ୍ଧୁକରେ ପରସ୍ପରକୁ କରିଥିଲେ ଆକ୍ରମଣ । ଏବଂ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ଦିଗପହଣ୍ଡି ଥାନା ପିଲିସ ପହଞ୍ଚି ପ୍ରଥମେ ଗୁରୁତର ଆହତଙ୍କୁ ଦିଗପହଣ୍ଡି ପରେ ବ୍ରହ୍ମପୁର ସ୍ଥାନାନ୍ତର କରିବା ସହ ତଦନ୍ତ ଆରମ୍ଭ କରିଛି । ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଚାଲିଥିବା ବେଳେ ପୋଲିସ ପହଞ୍ଚିଥିଲା । ଗଣ୍ଡଗୋଳ ଘଟାଇଥିବା ଯୁବକମାନେ ବାଇକ ଗୁଡ଼ିକ ଛାଡ଼ି ପଳାଇଥିବା ପୁଲିସ ସୂଚାନା ଦେଇଛି ।

Related posts

ସଂକ୍ରମଣ ବଢ଼ିଲେ ମାସ୍କକୁ ନେଇ ଆସିପାରେ ନୂଆ ନିୟମ

mahabharatanews

୬୨ ତମ ପୁଲିସ ସହିଦ ଦିବସ ପାଳିତ

mahabharatanews

ନିଶ୍ଚିନ୍ତକୋଇଲିରେ ଶ୍ରୀ ମୁକ୍ତେଶ୍ଵରଙ୍କ ସପ୍ତମ ବାର୍ଷିକ ଯଜ୍ଞୋତ୍ସବ ଅନୁଷ୍ଠିତ

mahabharatanews