Uncategorized

ଉଚ୍ଚ ରକ୍ତଚାପକୁ ରୋକିବା ସହ ଅନେକ ରୋଗକୁ ଦୂରରେ ରଖିଥାଏ ଗଜାମୁଗ

(ମହାଭରତ): ମୁଗ ଡାଲି ଖାଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ସମସ୍ତେ କହିଥାନ୍ତି । ଏଥିରେ କମ କ୍ୟାଲୋରୀ ଥିବା ସହ ଭିଟାମିନ ଏ,ବି,ସି, ଏବଂ ଇ ଅଧିକ ପରିମାଣରେ ରହିଥାଏ । ଏହା ସହ ମ୍ୟାଗ୍ନେସିୟମ,କପର, ଫାଇବର,ପୋଟାସିୟମ,ଆଇରନ ଭଳି ଅନେକ ପୋଷକ ତତ୍ତ୍ୱ ମୁଗରେ ରହିଥାଏ । ତେବେ ମୁଗ ସହ ଗଜାମୁଗ ମଧ୍ୟ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଆସନ୍ତୁ ଜାଣିବା ସକାଳ ସମୟରେ ଗଜାମୁଗ ଖାଇବା ଦ୍ୱାରା କ’ଣ ସବୁ ଫାଇଦା ମିଳିଥାଏ ।

୧- ସକାଳ ସମୟରେ ଗଜାମୁଗ ଖାଇବା ଦ୍ୱାରା ଏହା ଶରୀରରେ କର୍କଟ ରୋଗ ସୃଷ୍ଟିକାରୀ କୋଷିକାଗୁଡିକୁ ବଢିବାରୁ ରୋକିଥାଏ । ଯାହା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା କମ ହୋଇଥାଏ ।
୨- ଯେଉଁ ଲୋକମାନଙ୍କର ଉଚ୍ଚ ରକ୍ତଚାପର ସମସ୍ୟା ରହିଛି ସେମାନଙ୍କ ପାଇଁ ସକାଳ ସମୟରେ ଗଜାମୁଗ ଖାଇବା ଅତ୍ୟନ୍ତ ଲାଭଦାୟକ । ଏଥିରେ ସୋଡିୟମ ନଥିବାରୁ ଏହାକୁ ଖାଇଲେ କୋଲେଷ୍ଟ୍ରଲର ସ୍ତର ଏବଂ ରକ୍ତଚାପ ନିୟନ୍ତ୍ରଣ ହୋଇ ରହିଥାଏ ।
୩- ସକାଳୁ ଉଠିବା ପରେ ଗଜାମୁଗ ଖାଇବା ଦ୍ୱାରା ପାଚନ କ୍ରିୟା ସୁସ୍ଥ ରହିଥାଏ । ଯେଉଁ ଲୋକମାନଙ୍କରେ ଖାଦ୍ୟ ହଜମ ହେବାରେ ଅସୁବିଧା ହେଉଛି । ସେମାନଙ୍କୁ ସକାଳୁ ଗଜାମୁଗ ଖାଇବା ଆରମ୍ଭ କରିବା ଦରକାର ।
୪- ଲିଭର ସମସ୍ୟାକୁ ଦୂର କରିବା ବା ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଗଜାମୁଗ ଖୁବ୍ ଭଲ ।

Related posts

କେଭିସିରେ ଶରଦ ପାୱାରଙ୍କୁ ଡକାଇବାକୁ ଆବେଦନ

mahabharatanews

ହୋଲି ରଙ୍ଗ ଶରୀର ଏବଂ ମସ୍ତିଷ୍କକୁ ସନ୍ତୁଳିତ ରଖିଥାଏ

mahabharatanews

୨୦ରୁ ପ୍ରଶାନ୍ତ କିଶୋରଙ୍କ ‘ବାତ୍ ବିହାର କୀ’ କାର୍ଯ୍ୟକ୍ରମ

mahabharatanews