(ମହାଭାରତ, ରାଇରଙ୍ଗପୁର): ରାଇରଙ୍ଗପୁର ସତ୍ସଙ୍ଗ ବିହାର ପରିସରରେ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୨ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ମୋରଡା ବିଧାୟକ ରାଜକିଶୋର ଦାସ, ରାଇରଙ୍ଗପୁର ସତ୍ଶଙ୍ଖ ବିହାର ସଭାପତି ହରିହର ଦାସ, ସମ୍ପାଦକ ବିଚିତ୍ରାନନ୍ଦ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ସମ୍ପ୍ରତି ସମାଜ ଓ ପରିବାରରେ ଶୃଙ୍ଖଳିତ ଜୀବନ ଯାପନ ପାଇଁ ପ୍ରତ୍ୟେକ ବ୍ୟକ୍ତି ସଂସ୍କାର, ଶିକ୍ଷା, ସେବା ମନୋବୃତ୍ତି ନେଇ କାର୍ଯ୍ୟ କରିବା ଉଚିତ । ଏଥିପାଇଁ ଆଧ୍ୟାତ୍ମିକ ମାର୍ଗ ଏବଂ ସଦ୍ଗୁରୁଙ୍କ ପଥ ଅନ୍ୱେଶଣ କରିବା ଆବଶ୍ୟକ ବୋଲି ଅତିଥିମାନେ ବକ୍ତବ୍ୟ ଦେଇଥିଲେ । ବସ୍ତୁବାଦୀ ଦୁନିଆରେ ଲୋକ ଅର୍ଥ ପଛରେ ଗୋଡାଇ ଅଶାନ୍ତ ପରିବେଶରେ ରହୁଛନ୍ତି । ମଣିଷ ସତ୍ସଙ୍ଗ ଓ ସଦ୍ଗୁରୁଙ୍କ ଉପଦେଶକୁ ମାନି ସତ୍କର୍ମ କଲେ ପରିବାର ତଥା ସମାଜର ମଙ୍ଗଳ ହେବ ବୋଲି ଅତିଥିମାନେ ଉପସ୍ଥିତ ଭକ୍ତଗଣଙ୍କୁ କହିଥିଲେ । ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଜୟନ୍ତୀ ଅବସରରେ ବେଦମାଙ୍ଗଳିକ, ଉଷାକୀର୍ତ୍ତନ, ସମବେତ ପ୍ରାର୍ଥନା, ଧର୍ମ୍ରଗ୍ରନ୍ଥ ପାଠ କରାଯାଇଥିଲା । ପରେ ଭକ୍ତବୃନ୍ଦ ପ୍ରସାଦ ସେବନ କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମର ପରିବେଶଣ ହୋଇଥିଲା । କାର୍ଯ୍ୟକ୍ରମକୁ ରାମଚନ୍ଦ୍ର ବିଶ୍ୱାଳ, ଗୋକୁଳ ପାଣି, ପଙ୍କଜ ଦାସ, ଡ଼. ଦିବଙ୍ଗର ଗିରି, ଗୁରୁପ୍ରସାଦ ମହାକୁଡ ପ୍ରମୁଖ ପରିଚାଳନା କରିଥିଲେ ।
previous post
next post