ଓଡିଶା

ଦ୍ୱିତୀୟ ବାର୍ଷିକ ପାରିକୁଦ ମହୋତ୍ସବ ଉଦଘାଟନ ହୋଇଛି

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଲଣ୍ଡା ବାଲିଗୋଠ ମେଳଣ ପଡିଆରେ ଦ୍ୱିତୀୟ ବାର୍ଷିକ ପାରିକୁଦ ମହୋତ୍ସବ ଉଦଘାଟନ ହୋଇଛି। ଏହି ମହୋତ୍ସବ ରେ ଏକ ସ୍ୱତନ୍ତ୍ର ବିଶେଷତ୍ୱ ରହିଛି ଏହି ପୀଠରେ ଭକ୍ତ ଓ ଭଗବାନ ଙ୍କ ମହାମିଳନ ହୋଇଥାଏ। ପାଟ ପାଟପଟୁଆର ରେ ୪୨ ମୌଜା ରୁ ୧୬ ଠାକୁର ଆସି ଏହି ପୀଠରେ ପହଞ୍ଚି ନିଜ ଆସନ ଅଳଙ୍କୃତ କରିଥାନ୍ତି। ଠାକୁର ଙ୍କୁ ଅଲଣ୍ଡା ଏବଂ ପାରିକୁଦ ଗଡ଼ ରେ ଦଧିବାମନ  ସମସ୍ତ ଠାକୁରଙ୍କୁ ନିମନ୍ତ୍ରଣ କରିଥାନ୍ତି। ଠାକୁରଙ୍କ ପ୍ରତିନିଧି ଭାବେ ୪୨ମୌଜା ସଭାପତି କୈଳାଶ ଚନ୍ଦ୍ର ପଟନାୟକ ଏବଂ କାର୍ଯ୍ୟକାରୀ ସଭାପତି ଦୀନବନ୍ଧୁ ଜେନା ନିମନ୍ତ୍ରଣ ନେଇ ଥିଲେ। ଦିବା ୨ଘଣ୍ଟା ସମୟରେ ସମସ୍ତ ଠାକୁର ପଡିଆ ରେ ବିଜେ କରିଥିଲେ। ପାରିକୁଦ ରାଜା ସାହେବ ସନ୍ତୋଷ କୁମାର ମାନସିଂହ ବିଗ୍ରହ ମାନଙ୍କ ଦର୍ଶନ କରିଥିଲେ।

ଏହି ମହୋତ୍ସବ ରେ ମହୋତ୍ସବ ରେ ସମ୍ପାଦକ ପ୍ରଶାନ୍ତ କୁମାର ପଲେଇ, କୋଷାଧକ୍ଷ ମୋଚିରାମ ନାୟକ, ବାବୁଲା ନାୟକ, ପ୍ରାଣନାଥ ପଲେଇ, ଅଜୟ କୁମାର ପଲେଇ, ଲଷ୍ମୀଧର ସାହୁ ପ୍ରମୁଖ ବହୁ ଶିକ୍ଷାବିତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ। ସନ୍ଦ୍ୟାରେ ପାରମ୍ପରିକସମରକଳା ପାଇକ ପରିବେଷଣ ହୋଇଥିଲା। ପାଇକ ପରେ ଗୋଟିପୁଅ ନୃତ୍ୟ ହଜାର ହଜାର ଦର୍ଶକ ଙ୍କ ମନ ମୋହିଥିଲା। ରାତ୍ରିରେ ମନୋରଞ୍ଜନ ନିମନ୍ତେ ମାଗଣା ରେ ଏକ ଗଣନାଟ୍ୟ ନାଟ୍ୟ ପରିବେଷଣ କରିଥିଲେ। ଏହି ମହୋତ୍ସବ ୪ ଦିନ ଧରି ଚାଲିବା ଜଣାପଡ଼ିଛି। ହଜାର ହଜାର ଭକ୍ତଙ୍କ ତୃଷା ମେଣ୍ଟାଇବା ପାଇଁ କ୍ୟାବିନେଟ ଗୃପ ଅଲଣ୍ଡା ଙ୍କ ତରଫରୁ ଟଙ୍କ ତୋରାଣିର ବ୍ୟବସ୍ଥା ମଧ୍ୟ ହୋଇଥିଲୁ ।ସମସ୍ତ ଠାକୁର ଙ୍କ ପ୍ରତିଦିନ ର ନିତି ସେହିଠାରେ କରାଯିବ ବୋଲି ପୂଜକ ମାନେ ପ୍ରକାଶ କରିଛନ୍ତି। ବିଭିନ୍ନ ଜିଲାରୁ ଏବଂ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଙ୍କ ସମାଗମ ହୋଇଛି। ଶୃଙ୍ଖଳା ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଥିବା ଅସୟୋଜକ ମାନେ କହିଛନ୍ତି।

Related posts

୯ରୁ ବିଜେପିର ଗାଁକୁ ଚାଲ ଅଭିଯାନ

mahabharatanews

୧୦ ସବୁଠାରୁ ସଂକ୍ରମିତ ରାଜ୍ୟ ମଧ୍ୟରେ ଓଡିଶା

mahabharatanews

ସିଂହୀ ଶୂନ୍ୟ ନନ୍ଦନକାନନ

mahabharatanews