Uncategorized

କୋଲକାତା ମେଟ୍ରୋ କରିଡର ଉଦଘାଟନ ପାଇଁ ମମତାଙ୍କୁ ନିମନ୍ତ୍ରଣ ନାହିଁ

(କୋଲକାତା): କୋଲକାତାର ମେଟ୍ରୋ କରିଡର ଉଦଘାଟନ କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ମୁଖ୍ୟ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଯୋଗ ଦେବେ ନାହିଁ । ତାଙ୍କ ବଦଳରେ ରେଳମନ୍ତ୍ରୀ ପୀୟୁଷ ଗୋୟଲ ଓ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । କାର୍ଯ୍ୟକ୍ରମ ସମ୍ପର୍କିତ ନିମନ୍ତ୍ରଣ ପତ୍ର ପ୍ରକାଶ ପାଇବା ପରେ ସତ୍ୟତା ସାମ୍ନାକୁ ଆସିଛି । ନିିମନ୍ତ୍ରଣ ପତ୍ରରେ ସମ୍ନାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାଁ ବଦଳରେ ବାବୁଲ ସୁପ୍ରିୟୋଙ୍କ ନାମ ସ୍ଥାନ ପାଇଛି । ଏହାଛଡା କାର୍ଯ୍ୟକ୍ରମରେ ଅନ୍ୟ ଦୁଇ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଲୋକସଭା ସଦସ୍ୟ କାକୋଲି ଘୋଷ ଦସ୍ତିଦାର ଯୋଗ ଦେବେ । ସିଏଏ ଓ ଏନଆରସିକୁ ନେଇ ମମତା କେନ୍ଦ୍ର ସରକାରଙ୍କୁ ବାରମ୍ବାର ସମାଲୋଚନା କରି ଆସୁଛନ୍ତି । ଏହି କାରଣରୁ ତାଙ୍କୁ କାର୍ଯ୍ୟକ୍ରମରେ ଯୋଗ ଦେବାରୁ ବାଦ୍ ଦିଆଯାଇଥିବା ଶୁଣିବାକୁ ମିଳୁଛି । ସଲ୍ଟ ଲେକ୍ ସେକ୍ଟର ୫ରୁ ସଲ୍ଟ ଲେକ୍ ଷ୍ଟାଡିୟମ ମଧ୍ୟରେ ଥିବା ଇଷ୍ଟ-ୱେଷ୍ଟ ମେଟ୍ରୋ କରିଡରର ଗୁରୁବାର ସନ୍ଧ୍ୟା ୫ଟାରେ ଉଦଘାଟନ ହେବ ।

Related posts

କେଶ ଅଧିକ ପାଚୁଛି କି? ମେହେନ୍ଦି ପାଉଡରରେ ମିଶାଇ ଲଗାନ୍ତୁ ଏହି ତେଲ, କେଶ ହେବ ଘନ ଓ କଳା

mahabharatanews

ବିନା ରେସନ କାର୍ଡଧାରୀଙ୍କୁ ସହାୟତା ପ୍ରସଙ୍ଗ: ହାଇକୋର୍ଟଙ୍କ କେନ୍ଦ୍ର, ରାଜ୍ୟକୁ ନୋଟିସ୍

mahabharatanews

ଅଜଣା ଜ୍ୱର ଆତଙ୍କ: ୩୨ଶିଶୁଙ୍କ ସମେତ ୩୯ ଜଣଙ୍କ ମୃତ୍ୟୁ

mahabharatanews