Uncategorized

ଲକ୍ଷେ୍ନø କୋର୍ଟରେ ବୋମାମାଡ, ୩ ଓକିଲ ଆହତ

(ୟୁପି): ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷେ୍ନøର ୱାଜିରଗଞ୍ଜ ଅଞ୍ଚଳରେ ଥିବା ଏକ କୋର୍ଟରେ ଗୁରୁବାର ବୋମା ମାଡ ହୋଇଛି । ଏଥିରେ ଜଣେ ଓକିଲ ଗୁରୁତର ହେବା ସହ ୩ ଜଣ ଆହତ ହୋଇଛନ୍ତି । ଗୁରୁତର ଓକିଲ ଜଣକ ବାର କାଉନସିଲର ପ୍ରମୁଖ ଅଧିକାରୀ ସଞ୍ଜିବ ଲୋଧି ବୋଲି ଜଣାପଡିଛି । ଦୁଇ ଗୋଷ୍ଠିଙ୍କ ମଧ୍ୟରେ ଲାଗି ରହିଥିବା ଗଣ୍ଡଗୋଳ ଯୋଗୁ ଏଭଳି ଘଟଣା ଘଟିଥିବା ଜଣାଯାଇଛି । କୋର୍ଟ ପରିସରରୁ ୩ଟି ଅଫୁଟା ବୋମା ମିଳିଥିବା ସୂଚନା ରହିଛି । ବୋମା ବିସ୍ଫୋରଣରେ ଅନେକ ଆଇନଜୀବି ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । କୋର୍ଟରେ ଆଇନଜିବୀ ସଂଘର ନିର୍ବାଚନକୁ ନେଇ ଏଭଳି ହୋଇଥିବା ପୋଲିସ କହିଛି । ସୂଚନା ଅନୁଯାୟୀ, ବୁଧବାର ଓକିଲଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିଥିଲା । ବାର କାଉନସିଲର ଗୋଟିଏ ପକ୍ଷ ଗତକାଲି ଏନେଇ ଅଭିଯୋଗ କରିଥିଲେ । ଯେଉଁଥିପାଇଁ ଏହି ବୋମା ମାଡ ହୋଇଛି । ବିସ୍ଫୋରଣ ପରେ କୋର୍ଟ ପରିସରରେ ଦୌଡାଦୌଡି ଆରମ୍ଭ ହୋଇଯାଇଥିଲା । ଆଇନଜୀବି ସଞ୍ଜିବ ଲୋଧିଙ୍କୁ ଟାର୍ଗେଟ କରି ଆକ୍ରମଣକାରୀ ଏହି ବୋମା ବିସ୍ଫୋରଣ କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଜିତୁ ଯାଦବ ନାମକ ବ୍ୟକ୍ତି କୋର୍ଟ ପରିସରରେ ବୋଡା ମାଡ କରିଥିବା ପୋଲିସ ସୂଚନା ଦେଇଛି । ଘଟଣାସ୍ଥଳରେ ୱାଜିରଗଞ୍ଜ ପୋଲିସ ଉପସ୍ଥିତ ରହି ତଦନ୍ତ ଜାରି ରଖିଛି ।

Related posts

ଜଷ୍ଟିସ ମୁରଲିଙ୍କ ଦିଲ୍ଲୀ ହିଂସା ଶୁଣାଣି କାଳରେ ବଦଳି

mahabharatanews

୨, ୬୧. ୭୬, ୧୪୦ରେ ପହଞ୍ଚିଛି ବିଶ୍ୱ କରୋନା ସଂକ୍ରମଣ 

mahabharatanews

ବନ୍ୟା ବିତ୍ପାତ ପାଇଁ ଜିଲ୍ଲା ପ୍ରଶାସନ ବିରୋଧରେ ତେଜୁଛି ଅସନ୍ତୋଷ

mahabharatanews