Uncategorized

ପଞ୍ଜାବ: କନେଷ୍ଟବ ଗୁଳିରେ ସ୍ତ୍ରୀ ସମେତ ୪ ଜଣଙ୍କ ମୃତ୍ୟୁ

ମହାଭାରତ, ଚଣ୍ଡିଗଡ: ପଞ୍ଜାବର ମୋଗାରେ ଜଣେ ପଞ୍ଜାବ ପୁଲିସର ହେଡ କନେଷ୍ଟବଳ ସରକାରୀ ଏପେ ୪୭ ରାଇଫଲରୁ ଗୁଳିମାରି ପତ୍ନୀ, ଶାଶୁ, ଶଳା ଓ ଶଳା ଭାଉଜଙ୍କ ହତ୍ୟା କରିଛି । ଏହା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି । ଘରେ ଶୋକର ଛାୟା ଖେଳି ଯାଇଛି । ଏହି ଗୁଳିକାଣ୍ଡରେର ୧୦ ବର୍ଷର ଶିଶୁ ମଧ୍ୟ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛି ।
ସୂଚନା ଅନୁଯାୟୀ, ମୋଗା ଜିଲ୍ଲାର ସେଦ ଜଲାଲପୁର ଗାଁରେ ପଞ୍ଜାବ ପୁଲିସର ଜଣେ ହେଡ କନେଷ୍ଟବଳ କୁଲବିନ୍ଦର ସିଂହରବିବାର ସକାଳ ପ୍ରାୟ ୬ଟାରେ ତାଙ୍କ ଶ୍ୱଶୁର ଘରେ ଏହି ନାରକୀୟ କାଣ୍ଡ ଭିଆଇଛନ୍ତି । ମୃତକ କୁଲବିନ୍ଦରଙ୍କ ସ୍ତ୍ରୀ ରାଜବିନ୍ଦର କୌର, ଶାଶୁ ସୁଖବିନ୍ଦର କୌର, ଶଳା ଜସକରଣ ସିଂହ ଓ ଶଳା ଭାଉଜ ଇନ୍ଦ୍ରଜିତ କୌର ଭାବେ ଚିହ୍ନଟ ହୋଇଛି । ମୋଗା ଏସଏସପି ହରମବୀର ସିଂ ହତ୍ୟାକାଣ୍ଡରୁ ସୂଚନା ଦେଇଛନ୍ତି ।

Related posts

ସଂକ୍ରମଣ ନେଇ ଆଗାମୀ ଲକଡାଉନରେ ଲାଗିବ କଟକଣା

mahabharatanews

ବସ ଦୁର୍ଘଟଣାଗ୍ରସ୍ତ: ୨୭ ଯାତ୍ରୀଙ୍କ ସଲିଳ ମୃତ୍ୟୁ

mahabharatanews

କେଶ ଅଧିକ ପାଚୁଛି କି? ମେହେନ୍ଦି ପାଉଡରରେ ମିଶାଇ ଲଗାନ୍ତୁ ଏହି ତେଲ, କେଶ ହେବ ଘନ ଓ କଳା

mahabharatanews