Uncategorized

ଲେହ ଗସ୍ତରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ମୋଦି ଲଦାଖର ଲେହ ଅଞ୍ଚଳ ଗସ୍ତ କରିଛନ୍ତି । ଲଦାଖରେ ଭାରତ-ଚୀନ୍ ସୀମା ବିବାଦ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଆଜି ସକାଳ ପ୍ରାୟ ୯.୩୦ରେ ସେ ଲଦାଖରେ ପହଞ୍ଚିଥିଲେ । ସେ ସମୁଦ୍ରପତ୍ତନ ଠାରୁ ୧୧, ୦୦୦ ଫୁଟ୍ ଉଚ୍ଚରେ ଥିବା ଫର୍‌ୱାର୍ଡ ପୋଷ୍ଟରେ ଭାଥରତୀୟ ସେନା, ବାୟୁସେନା ଏବଂ ଆଇଟିବିପିର ଅଧିକାରୀମାନଙ୍କ ସହ ଆଲୋଚନା କରୁଛନ୍ତି। ଗଲୱାନ୍‌ ଉପତ୍ୟକାରେ ଚୀନ ସେନା ଆକ୍ରମଣରେ ଆହତ ହୋଇଥିବା ଯବାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।
ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀଙ୍କ ସହ ଚିଫ୍ ଅଫ୍ ଡିଫେନ୍ସ୍‌ ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ, ଆର୍ମି ମୁଖ୍ୟ ଏମଏମ ନରଭାନେ, ନର୍ଦନ ଆର୍ମି କମାଣ୍ଡର୍ ଅଧିକାରୀ ଜେନେରାଲ୍ ୱାଇକେ ଯୋଶୀ ଏବଂ ଜେନେରାଲ୍ ହରିନ୍ଦର ସିଂହ ଏବଂ ୧୪ କର୍ପସର ଅଧିକାରୀଙ୍କ ସହ ନିରାପତ୍ତା ପରିସ୍ଥିତି ସମୀକ୍ଷା କରିବେ। ସମ୍ପ୍ରତି ପ୍ରଧାନମନ୍ତ୍ରୀ ମୋଦୀ ଲଦାଖର ନିମୁ ଅନ୍ତର୍ଗତ ଗୋଟିଏ ଆଗୁଆ ‌ସ୍ଥାନରେ ଅଛନ୍ତି।

Related posts

ଓଡ଼ିଶା ଅଗ୍ନିଶମର ନୂଆ ଅଧ୍ୟାୟ

mahabharatanews

୭୯ ବର୍ଷ ବୟସରେ ଅଭିନେତ୍ରୀ ଆଶାଲତାଙ୍କ ପରଲୋକ

mahabharatanews

ମଟନ,ଚିକେନଠୁ ବଳିଗଲା ପଣସ ଦର

mahabharatanews