Uncategorized

ଟୀକା ପ୍ରସ୍ତୁତ ପାଇଁ ଅଷ୍ଟ୍ରେଲିଆ ସରକାରଙ୍କ ଘୋଷଣା

(ମହାଭାରତ, ସିଡନୀ): ଚୀନରେ ବ୍ୟାପିଥିବା ଭୟଙ୍କର କୋରୋନା ଭାଇରସର ମୁକାବିଲା କରିବାକୁ ଅଷ୍ଟ୍ରେଲିଆ ସରକାର ତତ୍ପରତା ଦେଖାଇଛନ୍ତି । ଭାକ୍ସିନ (ଟୀକା) ପ୍ରସ୍ତୁତ ପାଇଁ ଗବେଶକମାନଙ୍କୁ ୨ ମିଲିଅନ ଅଷ୍ଟ୍ରେଲିଆନ ଡଲାର (ପ୍ରାୟ ୯ କୋଟିରୁ ଉଦ୍ଧ୍ୱର୍ ଟଙ୍କା) ଯୋଗାଇ ଦିଆଯିବ ବୋଲି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ସୂଚନା ଦେଇଛନ୍ତି । କୋରୋନା ଭୂତାଣୁର ମୁକାବିଲା ପାଇଁ ପ୍ରସ୍ତୁତ ହେଉଥିବା ଟୀକା ବାବଦ ଅଷ୍ଟ୍ରେଲିଆ ସରକାର ଏହି ଅର୍ଥ ଘୋଷଣା କରିଛନ୍ତି । ଅଷ୍ଟ୍ରେଲିଆରେ ଏହି ଟୀକା ନିର୍ମାଣ ଚାଲିଛି । ଏଥିପାଇଁ ଗବେଶକମାନଙ୍କୁ ଏହି ଅର୍ଥ ଯୋଗାଇ ଦିଆଯିବ ବୋଲି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆରେ ବର୍ତ୍ତମାନ ସୁଦ୍ଧା ୧୫ଜଣ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଅନ୍ୟ ୨୦ ଯାତ୍ରୀଙ୍କୁ ନିରୀକ୍ଷଣରେ ରଖାଯାଇଥିବା ଜଣାଯାଇଛି । ଚୀନର ହୁବେଇ ସହରରେ ପ୍ରଥମେ କୋରୋନା ଭାଇରସ ଚିହ୍ନଟ ହୋଇଥିଲା । ଏବେ ଏହା ୨୦ଟି ଦେଶକୁ ବ୍ୟାପିଛି ।

Related posts

ଋଷିକୂଲ୍ୟା ନଦୀରେ ୨ ଜଣ ନାବାଳକଙ୍କ ନିଖୋଜ ଘଟଣା : ଏଯାଏଁ ମିଳୁନି ପତ୍ତା

mahabharatanews

୨୦୨୦ରେ ସିବିଆଇ ୮୦୦ରୁ ଅଧିକ ମାମଲାର ଫଇସଲା କରିଛି

mahabharatanews

ହିମାଚଳ ପ୍ରଦେଶରେ ପ୍ରବଳ ତୁଷାରପାତ, ୨ ପର୍ଯ୍ୟଟକଙ୍କ ମୃତ୍ୟୁ

mahabharatanews