Uncategorized

ଦୋକାନର ନାମ କୋରୋନା ଟେକ୍ସଟାଇଲ

 (ମହାଭାରତ): ଦେଶରେ କୋରୋନା ସଂକ୍ରମଣରୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି । ତେବେ କେରଳର ଜଣେ କପଡା ଦୋକାନୀ ତାଙ୍କ ଦୋକାନ ନାମ କୋରୋନା ଟେକ୍ସଟାଇଲ ରଖିଛନ୍ତି । ସ୍ଥାନୀୟ ତୁବତୁପୁଝା ଗାଁରେ ଏହି ଦୋକାନ ମାଲିକ ପାରିଦ ଇଂଲିଶ୍ ଶଦ୍ଦକୋଷରୁ ଏହି ନାମ ପାଇଥିଲେ । କିନ୍ତୁ ସେ କେବେ ମଧ୍ୟ ଭାବି ନଥିଲେ ଦିନେ ତାଙ୍କ ଦୋକାନ ନାମ ôତବା ଭୂତାଣୁ ପୃଥିବୀରେ ଆତଙ୍କ ସୃଷ୍ଟି କରିବ ବୋଲି । କୋରୋନା ସଂକ୍ରମଣ ପରେ ଏବେ ବହୁ ଲୋକ ପାରିଦଙ୍କ କପଡା ଦୋକାନ ପାଖକୁ ଆସି ସେଲିଫ ନେଉଛନ୍ତି । ରାସ୍ତାରେ ଯିବା ଆସିବା ସମୟରେ କେହି କେହି ଗାଡି ଅଟକାଇ ଦୋକାନକୁ କିଛି ସମୟ ଅନାଇ ରହୁଛନ୍ତି । ଏବେ ପାରିଦଙ୍କ ଦୋକାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Related posts

ଛତିଶଗଡରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଶହୀଦ ଯବାନଙ୍କ ପରିବାରକୁ ଯୋଗୀଙ୍କ ଅନୁକମ୍ପାମୂଳକ ସହାୟତା

mahabharatanews

ରଜନୀକାନ୍ତ ସୁସ୍ଥ, ହସ୍ପିଟାଲରୁ ଡିସ୍ଚାର୍ଜ

mahabharatanews