ଓଡିଶା

ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଙ୍ଘ ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର

ମହାଭାରତ, କେନ୍ଦ୍ରାପଡ଼ା: ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଙ୍ଘ ଜିଲ୍ଲା କମିଟି ପକ୍ଷରୁ ଗୁରୁବାର ପୂର୍ବାହ୍ନରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଙ୍ଘର ଜିଲ୍ଲା ସଭାପତି ସୁହାନା ବେଗମ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଗଜେନ୍ଦ୍ର ନାୟକ, ଜିଲ୍ଲା ସମ୍ପାଦିକା ସୈାଭାଗିନୀ ପତି ଓ ସି.ପି.ଆଇ.ର ଜିଲ୍ଲା ସାଧାରଣ ସମ୍ପାଦକ ରମଣୀରଞ୍ଜନ ରାଉତରାୟଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ ସହିତ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୟ କୁମାର ସିଂଙ୍କୁ ଏକ ୧୧ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ । ଦାବି ଗୁଡିକ ମଧ୍ୟରେ ୬୦ବର୍ଷ ବୟସ ପରେ ପାଚିକାଙ୍କୁ ମାସିକ ପେନସନ ନଦେଇ ବାହାର କରାଯିବା ବନ୍ଦ କରାଯାଉ,ଦେଶର ସମସ୍ତ କର୍ମଚାରୀଙ୍କୁ ବର୍ଷକୁ ୧୨ମାସର ଦରମା ପ୍ରଦାନ କରାଯାଉଥିବା ବେଳେ ପାଚିକା ଓ ସହାୟିକାମାନଙ୍କୁ ୧୦ମାସର ଦରମା ଦେବା ବ୍ୟବସ୍ଥା ବନ୍ଦ କରାଯାଉ,ଦରଦାମ ବୃଦ୍ଧି ଦୁନିଆରେ ମାସିକ ୧୪ଶହ ଟଙ୍କା ଦରମାକୁ ତୁରନ୍ତ ବୃଦ୍ଧି କରାଯିବା,ଦେହଖରାପ ହେଲେ ଛୁଟି,ବୀମା ପ୍ରଦାନ କରାଯିବା,ମଧ୍ୟାହ୍ନ ଭୋଜନର ମୁଲ୍ୟ ବୃଦ୍ଧି କରାଯିବା ସହ ଘରୋଇକରଣ ବନ୍ଦ କରାଯାଉ,୩ବର୍ଷ ତଳେ ଖଣ୍ଡେ ଶାଢି ଦିଆଯାଇଥିବା ବେଳେ ବର୍ଷକୁ ସର୍ବନିମ୍ନ ୨ଖଣ୍ଡ ଶାଢି ପ୍ରଦାନ କରାଯିବା,ପାଚିକାଙ୍କୁ ସରକାରଙ୍କ ଘୋଷିତ ସର୍ବନିମ୍ନ ମଜୁରୀ ପ୍ରଦାନ,୮ମ ଶ୍ରେଣୀରୁ ଛଟେଇ ହୋଇଥିବା ପାଚିକାଙ୍କୁ ତୁରନ୍ତ ନିଯୁକ୍ତି ପ୍ରଦାନ,ସ୍କୁଲ ପରିଚାଳନା କମିଟିରେ ପାଚିକାଙ୍କୁ ସଭ୍ୟ ଭାବରେ ଗ୍ରହଣ କରାଯିବା ଓ ରାଜନୈତିକ ଉଦେଶ୍ୟରେ ପାଚିକାଙ୍କୁ ମନଇଛା ଛଟେଇ କରାନଯିବା ପ୍ରଭୃତି ଦାବି ଗୁଡିକ ରହିଛି ।

Related posts

ପାଟଣା ଜାଗର ମହୋତ୍ସବରେ କେନ୍ଦୁଝରର ବିସ୍ମୟ ବାଳିକା

mahabharatanews

ମାଓବାଦୀଙ୍କ ଗତିବିଧି ଏବଂ ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖିବ ଡ୍ରୋନ

mahabharatanews

ଶାଢ଼ୀ ସେଣ୍ଟର ସିଲ୍ କରିବାକୁ ଯାଇ ଦୋକନରେ ଅଟକ ରହିଲେ ବିଏମସି ଅଧୀକାରୀ

mahabharatanews