ଓଡିଶା

ଗଜପତି ଜିଲ୍ଲା ସ୍ତରୀୟ ୯୧ତମ ପୋଲିସ ପ୍ରତିଷ୍ଠା ଦିବସ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ବେତାଗୁଡା ରିଜର୍ଭ ପୋଲିସ ପଡିଆ ଠାରେ ଗଜପତି ଜିଲ୍ଲା ସ୍ତରୀୟ ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁନୀଲ କାନ୍ତ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଥମେ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ପୁରୋଧା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।  ପରେ ସେ ତାଙ୍କ ବକ୍ତବ୍ୟରେ ପୋଲିସ ସର୍ବଦା ସମାଜର ଜାଗ୍ରତ ପ୍ରହରୀ ଭଳି କାର୍ଯ୍ୟ କରିଆସୁଛି ବୋଲି କହିଥିଲେ । ଏହି ଅବସରରେ ସେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରେରିତ ବାର୍ତ୍ତା ପାଠ କରିଥିଲେ । ଉଲ୍ଲେଖନୀୟ ସେବା ପାଇଁ ପ୍ରଶଂସିତ ହୋଇଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସମେତ ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କୁ ମାନପତ୍ର ଦେଇ ପୁରସ୍କୃତ କରିଥିଲେ ।

ପୋଲିସ ଅଧିକାରୀଙ୍କ ସମେତ  ଓ ବହୁ ଅବସରପ୍ରାପ୍ତ ଅଧିକାରୀ ଯୋଗ ଦେଇଥିଲେ । ଏନେଇ   ଅତି ରିକ୍ତଆରକ୍ଷୀ ଅଧୀକ୍ଷକ ଶ୍ରୀ ମହାନ୍ତି କହିଛନ୍ତି ଯେ  ଏହି ମାଟି ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏନ୍ତୁଡିଶାଳ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହା ସହ ଏହି ମାଟିର ସନ୍ତାନ ରାମକୃଷ୍ଣ ପାଢୀ ରାଜ୍ୟର ପ୍ରଥମ ଓଡିଆ ପୋଲିସ ମୁଖ୍ୟ ଭାବେ ଅବସ୍ଥାପିତ ହୋଇଥିଲେ । ଏପରି ସ୍ଥାନରେ ପବିତ୍ର ଉତ୍କଳ ଦିବସ, ପୋଲିସ ପ୍ରତିଷ୍ଠା ଦିବସ ପାଳନ କରିବା ଆମ୍ଭ ପାଇଁ ସ୍ମରଣୀୟ ହୋଇ ରହିବ । ଆଜିର ପବିତ୍ର ଦିବସରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଥିବାର କହିଥିଲେ ।

Related posts

ଲାଞ୍ଜି ଠାରେ ଅନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଙ୍ଗ ଉପଲକ୍ଷେ ସଚେତନତା ସଭା

mahabharatanews

ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ନାମାଙ୍କନ ଦାଖଲ କଲେ ଦେବୀ ପ୍ରସାଦ ମିଶ୍ର

mahabharatanews

ମାଗଣାରେ ସ୍ପୋକନ ଇଂରାଜୀ କୋର୍ସ ଯୋଗାଇଦେବେ ଦିଲ୍ଲୀ ସରକାର

mahabharatanews