ଓଡିଶା

ପିପିଲିରେ ହାତୀ ଆତଙ୍କ ଆକ୍ରମଣରେ ୩ ମୃତ, ୫ ଗୁରୁତର

(ମହାଭାରତ, ଡେଲାଙ୍ଗ): ପୁରୀ ଜିଲ୍ଲା ପିପିଲିର ପୃଥକ ପୃଥକ ତିନୋଟି ସ୍ଥାନରେ ହାତୀ ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକମାନେ ଯୁଗଳ ଭଟ୍ଟ, ମକର ପଲେଇ ଓ ଚୈତନ୍ୟ ସାହୁ ବୋଲି ଜଣାପଡିଛି । ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ରବିବାର ସକାଳେ ବଳଙ୍ଗା ଥାନା ଗୋପୀନାଥପୁର ଗାଁର ଯୁଗଳ ଭଟ୍ଟ ଶୌଚ ପାଇଁ ଯାଉଥିବା ବେଳେ ହାତୀ ହାବୁଡରେ ପଡିଯାଇଥିଲେ । ହାତୀଟି ତାଙ୍କୁ ଦଳି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଚନ୍ଦ୍ରାଦେଇପୁର ଗାଁର ମକର ପଲେଇ ସକାଳେ ନିଜ ଜମିକୁ ଯାଇଥିବା ବେଳେ ତାଙ୍କୁ ହାତୀଟି କଚାଡି ଦେଇଥିଲା । ଏଥିରେ ତାଙ୍କର ମୃତ୍ୟୁ ହୋଇଥିଲା । ରାଜତାଇ ଗାଁର ଚେତନ୍ୟ ସାହୁ ମଧ୍ୟ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ତେବେ ଗତକାଲି ସନ୍ଧ୍ୟାରେ ଚନ୍ଦକା ଅଞ୍ଚଳରୁ ଏକ ଦନ୍ତା ହାତୀ ଆସି ଡେଲାଙ୍ଗ ଅଞ୍ଚଳର କୁଆପଦାରେ ପ୍ରବେଶ କରିଥିଲା । ରାତାରାତି ଡେଲାଙ୍ଗ ଅତିକ୍ରମ କରି ପିପିଲିକୁ ଆସି ରବିବାର ଉତ୍ପାତ ଆରମ୍ଭ କରିଛି । ଗତ ଶନିବାର ରାତିରେ ଡେଲାଙ୍ଗ ଅଞ୍ଚଳରେ ବୁଲୁଥିବା ସ୍ଥାନୀୟ ଲୋକେ ଜାଣିଥିଲେ । କିନ୍ତୁ ବନ ବିଭାଗ ହାତୀର ଗତିବିଧି ଉପରେ କିଛି ଜାଣିପାରି ନଥିଲା । ହାତୀଟି ଏଠାରେ ବ୍ୟାପକ ଫସଲ ନଷ୍ଟ କରିବା ସହ ଘର ଭଙ୍ଗାରୁଜା କରିଥିଲା । ଫଳରେ ଅଚାନକ ହାତୀର ପ୍ରବେଶକୁ ନେଇ ଲୋକେ ଆତଙ୍କିତ ହୋଇଥିଲେ । ଏହି ହାତୀର ଆକ୍ରମଣରେ ବଳଙ୍ଗା ଥାନା ଅନ୍ତର୍ଗତ ନିମାପଡା ବ୍ଲକ ଅଞ୍ଚଳରେ ରବିବାର ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନେ ଭୁବନେଶ୍ୱର, ପିପିଲି ଓ ବଳଙ୍ଗା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ହାତୀ ଆକ୍ରମଣ ସମ୍ପର୍କରେ ଖୋର୍ଦ୍ଧା ବନବିଭାଗ ଓ ବଳଙ୍ଗା ପୋଲିସ ଖବର ପାଇ ହାତୀଟିକୁ ଘଉଡାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଛି । ବନ ବିଭାଗର ତତ୍ପରତା ଅଭାବରୁ ହାତୀ ଆକ୍ରମଣରେ ଜୀବନହାନୀ ହେବା ସହ ବହୁ ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଏଥିପାଇଁ ସରକାରଙ୍କ ତରଫରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଓ ଆହତଙ୍କ ପରିବାରକୁ ୫ ହଜାର ଟଙ୍କା ଆର୍ଥିକ ସହାୟତା ଘୋଷଣା କରାଯାଇଛି ।

Related posts

ରାଜ୍ୟରେ ପୁଣି ୧୦ ଜଣଙ୍କ ଜୀବନ ନେଲା କରୋନା

mahabharatanews

ସୁବର୍ଣ୍ଣପୁର ଜିଲ୍ଲାର ସୁକାନ୍ତି ଇଣ୍ଟରନ୍ୟାସନାଲ ସ୍କୁଲର ନିଜସ୍ୱ ଗୃହ ଉଦଘାଟିତ

mahabharatanews

ଅଟୋ ଓଲଟିଲା ଆଶାକର୍ମୀଙ୍କ ସହ ୪ ଆହତ

mahabharatanews

Leave a Comment