ଓଡିଶା

କୋଣାର୍କରେ ଆଞ୍ଚଳିକ ହସ୍ତକଳା ଉଦ୍ୟୋଗୀ ପ୍ରଦର୍ଶନୀ ଉଦ୍ଘାଟିତ

(ମହାଭାରତ, କୋଣାର୍କ): କୋଣାର୍କ ଠାରେ ଆଞ୍ଚଳିକ ଶିଳ୍ପ ଓ ହସ୍ତକଳା ଉଦ୍ୟୋଗୀ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଯାଇଛି । ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଛନ୍ତି । ଏହି ପ୍ରଦର୍ଶନୀରେ ରାଜ୍ୟର ଗ୍ରାମାଞ୍ଚଳ ଓ ସହରର ହସ୍ତତନ୍ତ ଉତ୍ପାଦକମାନେ ଯୋଗ ଦେଇ ସେମାନଙ୍କ କଳା ସାମଗ୍ରୀର ପ୍ରଦର୍ଶନ କରିଛନ୍ତି । ଏହି ପ୍ରଦର୍ଶନୀ ଜରିଆରେ ହସ୍ତବୁଣା ଶାଢୀ ଠାରୁ ଆରମ୍ଭ କରି ହାତ ତିଆରି ବିଭିନ୍ନ ସୌଖୀନ ଓ ସୌନ୍ଦର୍ଯ୍ୟପୂର୍ଣ୍ଣ ସାମଗ୍ରୀଗୁଡିକୁ ସୁଲଭ ମୂଲ୍ୟରେ ଗ୍ରାହକମାନେ କିଣିବାର ସୁଯୋଗ ପାଇଛନ୍ତି । ମହିଳା, ଦିବ୍ୟାଙ୍ଗ, ଅନୁସୂଚିତ ଜାତି ଓ ଜନଜାତିର ହସ୍ତକଳା ଉଦ୍ୟୋଗୀମାନଙ୍କୁ ପ୍ରଦର୍ଶନୀରେ ପ୍ରଧାନ୍ୟ ଦିଆଯାଇଛି । କାର୍ଯ୍ୟକ୍ରମର ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ପରିବେଶଣ ହେବାକୁ ଥିବା ବେଳେ ଗ୍ରାହକମାନଙ୍କ ନିମନ୍ତେ ଫୁଡ ବଜାରର ଆୟୋଜନ ମଧ୍ୟ କରାଯାଇଛି । ଏହାବ୍ୟତୀତ ଅରୂପା ସଂଗଠନ ପକ୍ଷରୁ ଉଦ୍ୟୋଗୀମାନଙ୍କୁ ସେମାନଙ୍କ ସାମଗ୍ରୀଗୁଡିକର ବ୍ୟାପକ ମାର୍କେଟିଂ ସହ ବୈଶୟିକ ଜ୍ଞାନକୌଶଳ, ଦ୍ରବ୍ୟ ରପ୍ତାନୀ ଓ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହେବା ପାଇଁ ସହଯୋଗର ବ୍ୟବସ୍ଥା ମଧ୍ୟ ହୋଇଛି । କାର୍ଯ୍ୟକ୍ରମର ଉଦ୍ଘାଟନୀ ସନ୍ଧ୍ୟାରେ ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବିକାଶ ଅନୁଷ୍ଠାନର ନିର୍ଦ୍ଦେଶକ ସୁକାନ୍ତ କୁମାର ସାହୁ, ଓଡ଼ିଶା ସରକାରଙ୍କ ଏହି ବିଭାଗର ନିର୍ଦ୍ଦେଶକ ବିକ୍ରମ କୁମାର ମହାରଣା, ରାଜ୍ୟ ହସ୍ତଶିଳ୍ପ ଆୟୁକ୍ତ ଅଜୟ କୁମାର ପାଣିଗ୍ରାହୀ, ଅରୁପା ସଂଗଠନର ଅଧ୍ୟକ୍ଷ ଉଦୟନାଥ ବେହେରା, ନାବାର୍ଡର ପୁରୀ ଜିଲ୍ଲା ଉନ୍ନୟନ ପ୍ରବନ୍ଧକ ତାପସ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।

Related posts

ହାତୀ ଆକ୍ରମଣରେ ୨ ମୃତ, କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ

mahabharatanews

ଜେଟିରୁ ମତ୍ସଜୀବିଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

mahabharatanews

ଆସନ୍ତା କାଲି ଓଡିଶାରେ ପ୍ରଚାର କରିବେ ଦୁଇ କେନ୍ଦ୍ରୀୟ ନେତା

mahabharatanews