ଓଡିଶା

ଆସନ୍ତା କାଲି ଓଡିଶାରେ ପ୍ରଚାର କରିବେ ଦୁଇ କେନ୍ଦ୍ରୀୟ ନେତା

ଭୁବନେଶ୍ୱର: ଆସନ୍ତା କାଲି ଓଡିଶା ଆସୁଛନ୍ତି ଦୁଇ କେନ୍ଦ୍ରୀୟ ନେତା । ଓଡିଶାରେ କରିବେ ଦମଦାର ପ୍ରଚାର । କଂଗ୍ରେସ ପାଇଁ ରାହୁଲ ଗାନ୍ଧି ଓ ବିଜେପି ପାଇଁ କ୍ୟାମ୍ପେନ କରିବେ ରାଷ୍ଟ୍ରିୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ସାଲେପୁରରୁ ରାହୁଲ ପ୍ରଦେଶର କଂଗ୍ରେସ ପାଇଁ ଭୋଟ ମାଗିବେ । କଂଗ୍ରେସ ପ୍ରଚାର ପ୍ରଖର କରିବାକୁ ଅସନ୍ତା କାଲି ସକାଳ ୧୦ ଟା ବେଳେ ସାଲେପୁର ରେ ପହଞ୍ଚିବେ ରାହୁଲ ଗାନ୍ଧି । ଏଠାରେ ନିର୍ବାଚନୀ ଜନସଭାରେ ଯୋଗ ଦେଇ ପ୍ରଦେଶ କଂଗ୍ରେସ କମିଟିର ପ୍ରଚାର ଅଭିଯାନର ଶୁଭାରମ୍ଭ କରିବେ । ଏନେଇ ଶୁକ୍ରବାର ଜାତୀୟ କଂଗ୍ରେସର ଏକ ଉଚ୍ଚସ୍ତରୀୟ କମିଟି ସାଲେପୁର ଆସି ରାହୁଲଙ୍କ କାର୍ଯ୍ୟ କ୍ରମ କିଭଳି ସଫଳ ହେବ ସେନେଇ ହେଉଥିବା ପ୍ରସ୍ତୁତି କାର୍ଯ୍ୟ ର ଅନୁଧ୍ୟାନ କରିଛନ୍ତି । ତେଲଙ୍ଗାନା ଉପମୁଖ୍ୟ ମନ୍ତ୍ରୀ ମଲୁଭଟି ବିକ୍ରମାର୍କା ଏବଂ ଅଖିଳ ଭାରତୀୟ କଂଗ୍ରେସ କମିଟିର ଯୁଗ୍ମ ସମ୍ପାଦକ ତେହିନା ବାଗ୍ ଚୌଧୁରୀ ଙ୍କ ସମେତ ଓଡ଼ିଶା କଂଗ୍ରେସର ବରିଷ୍ଠ କାର୍ଯ୍ୟ କର୍ତ୍ତା ମାନେ ରାହୁଲଙ୍କ ଗସ୍ତର କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରିବା ସହ ସଭାସ୍ଥଳ ବୁଲି ଦେଖିଥିଲେ । ୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ରାହୁଲଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ ହେବ । ମିଳିଥିବା ସୂଚନା ମୁତାବକ, ରାହୁଲ ରବିବାର ଭୁବନେଶ୍ୱରରେ ପହଞ୍ଚିବା ପରେ ସେଠାରୁ ହେଲିକପ୍ଟର ରେ ସାଲେପୁର ସତ୍ୟଭାମାପୁର ସ୍ଥିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠରେ ପହଞ୍ଚିବେ । ସେଠାରେ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ କାର୍ରେ ୧୫ କିଲୋ ମିଟର ଦୂର କୁଳିଆ ପଡ଼ିଆକୁ ଯିବେ । ସେଠାରେ ଓଡ଼ିଶା କଂଗ୍ରେସ ତରଫରୁ ବିଶାଳ ଜନସମାବେଶ ଆୟୋଜନ କରାଯାଇଛି । ଦିନ ୧୧ଟା ସୁଦ୍ଧା ସଭାରେ ପହଞ୍ଚି ରାହୁଲ କଂଗ୍ରେସ ନେତା, କର୍ମୀ , ଜନସାଧାରଣଙ୍କୁ ସମ୍ବୋଧିତଧି କରିବେ । ରାହୁଲଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଟକ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।
ସେପଟେ ଆସନ୍ତାକାଲି ଓଡ଼ିଶା ଆସୁଛସୁନ୍ତି ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା । ନବରଙ୍ଗପୁର ଓ ବ୍ରହ୍ମପୁର ରେ ବିଜେପି ପ୍ରାର୍ଥୀ ଙ୍କ ପାଇଁ ଭୋଟ୍ ମାଗିବେ ନଡ୍ଡା । ରାଜ୍ୟର ପ୍ରଥମ ପର୍ୟ୍ୟା ୟରେ ହେବାକୁଥିବା ୪ ଲୋକସଭା ଆସନରୁ ୨ ଲୋକସଭା ବ୍ରହ୍ମପୁରପୁ ଏବଂ ନବରଙ୍ଗପୁରପୁ ଆସନ ପାଇଁ ଦଳୀୟ ପ୍ରାର୍ଥୀ ଙ୍କ ପାଇଁ ପ୍ରଚାର କରିବେ ଜେ.ପି ନଡ୍ଡା । ବ୍ରହ୍ମପୁରପୁ ରେ ଜନସଭାକୁ ସମ୍ବୋଧନ କରିବାକୁ ଥିବା ବେଳେ ନବରଙ୍ଗପୁରରେ କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।

Related posts

ଦୁର୍ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ:  ଆହତଙ୍କୁ ଭେଟିଲେ

mahabharatanews

ନଭେମ୍ବର ୧୬ରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇବ

mahabharatanews

ହସ୍ପିଟାଲରେ ପହଞ୍ଚିଲେ ନବୀନ

mahabharatanews