ଅପରାଧ

ମହିଳାଙ୍କ ଉପରେ ମରଣାନ୍ତକ ଆକ୍ରମଣ

ନିଶ୍ଚିନ୍ତକୋଇଲି: କେନ୍ଦ୍ର ଓ ରାଜ୍ୟ ସରକାର ନାରୀ ପ୍ରଗତି ନାରୀ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରୁଛନ୍ତି । ଏପରି ସ୍ଥଳେ ନିଶ୍ଚିନ୍ତକୋଇଲି ବ୍ଲକ କଟରପଡ଼ା ଗ୍ରାମ ପଞ୍ଚାୟତ ସାଙ୍କିଲୋ ଗ୍ରାମରେ ଜନୈକା ମହିଳା ନ୍ୟାୟ ପାଇବା ନିମନ୍ତେ ନିଶ୍ଚିନ୍ତକୋଇଲି ଥାନା ଠାରୁ ଆରମ୍ଭ କରି ମହାମହିମ ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ନ୍ୟାୟ ପାଇପାରିନାହାଁନ୍ତି । ଅପରପକ୍ଷରେ ଅଭିଯୁକ୍ତ ଖୋଲା ବଜାରରେ ଛାତି ଫୁଲାଇ ବୁଲୁଛନ୍ତି । ସମ୍ପୃକ୍ତ ପରିବାରକୁ ହତ୍ୟା ଧମକ ଦେଉଥିବାର ଅଭିଯୋଗ ହୋଇଛି । ସାଙ୍କିଲୋ(ଦଶମାଣିଆ)ଗ୍ରାମର ସ୍ୱର୍ଗତ ଅରକ୍ଷିତ ଦାସଙ୍କ ନାମରେ ଥିବା ଘରବାଡ଼ି ଓ ଚାଷଜମି ଉପରେ ମାନ୍ୟବର ସାଲେପୁର ବିଚାର ବିଭାଗୀୟ ସିଭିଲ ଜଜଙ୍କ କୋର୍ଟରେ ମାମଲା ବିଚାରାଧୀନ ରହିଛି । ୪ବର୍ଷ ହେଲା ଏହି ଜମିରେ ଚାଷ କରାଯାଉନାହିଁ । ଆଜି ସକାଳ ୯ଟା ବେଳେ ଖଡ଼ଗପୁର ରେଲବାଇରେ ଚାକିରୀ କରୁଥିବା ସୁବାଷ ଦାସ, ଦୁର୍ଯ୍ୟୋଧନ ଦାସ କୋର୍ଟ ନିର୍ଦ୍ଦେଶକୁ ଅବମାନନା କରି ଯୋର ଜବରଦସ୍ତ ଏହି ବିବାଦୀୟ ଜମିରେ ଟ୍ରାକ୍ଟର ସାହଯ୍ୟରେ ହଳ ବୁଲାଇବା ସହ ଗଛରୁ ନଡ଼ିଆ ଗୁଆ ପାରୁଥିଲେ । ଖବର ପାଇ ଅରକ୍ଷିତ ଦାସଙ୍କ ବିବାହିତା କନ୍ୟା ଶାନ୍ତିଲତା ନାୟକ ଘଟଣା ସ୍ଥଳରେ ପହଂଚିି ଏହାର ପ୍ରତିବାଦ କରିଥିଲେ । ଏଥିରେ ପ୍ରତିହିଂସା ପରାୟଣ ହୋଇ ସୁବାଷ ଓ ଦୁର୍ଯ୍ୟୋଧନ କାଳେ ତାଙ୍କୁ ଅତ୍ୟନ୍ତ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରି ଆହତ କରିଥିଲେ । ଏପରିକି ସୁବାଷଙ୍କ ପତ୍ନୀ ଜ୍ୟୋସ୍ନାମୟୀ ଦାସ ଏବଂ ଦୁର୍ଯ୍ୟୋଧନର ପତ୍ନୀ ରୀନା ଦାସ ମଧ୍ୟ ଘଟଣା ସ୍ଥଳକୁ ଆସି ତାଙ୍କୁ ମାଡ଼ପିଟ କରିଥିଲେ । ଶାନ୍ତିଲତାଙ୍କ ଚିତ୍କାର ଶୁଣି ତାଙ୍କର କନ୍ୟା ସୁଜାତା ନାୟକ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ଡ଼ାକ ପକାଇବାରୁ ସୁବାଷ ,ଦୁର୍ଯ୍ୟୋଧନ, ଜ୍ୟୋସ୍ନାମୟୀ ଓ ରିନା ତାଙ୍କୁ ଛାଡ଼ି ଦୌଡ଼ି ପଳାଇ ଯାଇଥିଲେ । ଏପରିକି ଶାନ୍ତିଲତାଙ୍କ ସ୍ୱାମୀ ରାମଚନ୍ଦ୍ର ଓ ଭୁବନେଶ୍ୱରରେ ଚାକିରୀ କରୁଥିବା ତାଙ୍କ ପୁତ୍ର ସରୋଜକୁ ଗୁଣ୍ଡାଲଗାଇ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବାର ଶାନ୍ତିଲତା ନିଶ୍ଚିନ୍ତକୋଇଲି ଥାନାରେ ଲିଖିତ ଅଭିଯୋଗ କରଥିଲେ । ଏହି ଅଭିଯୋଗକୁ ଭିତ୍ତି କରି ନିଶ୍ଚିନ୍ତକୋଇଲି ଥାନା ପୋଲିସ ନାମକୁମାତ୍ର ମାମଲା ରୁଜୁ କରି ନିଧଡ଼କେ ବସିଛି । ଅଭିଯୁକ୍ତମାନେ ଖୋଲମଖୋଲା ଭାବେ ଛାତି ଫୁଲାଇ ଦିବାଲୋକରେ ବୁଲୁଛନ୍ତି । ସମ୍ପୃକ୍ତ ପରିବାରକୁ ହତ୍ୟା ଧମକ ଦେଉଛନ୍ତି ନ୍ୟାୟ ପାଇବା ନିମନ୍ତେ ସମ୍ପୃକ୍ତ ପରିବାର ନିଶ୍ଚିନ୍ତକୋଇଲି ଥାନା ପୋଲିସ ଠାରୁ ଆରମ୍ଭ କରି ମହାମହିମ ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ନ୍ୟାୟ ପାଇପାରିନାହାଁନ୍ତି ।

Related posts

ସାଲେପୁର ପୋଲିସର ମାସ୍କ ଚେକିଂ

mahabharatanews

ଲୋକଙ୍କ ଅତର୍କିତ ଆକ୍ରମଣର ଶିକାର ପୁଲିସ: ୪ ଗୁରୁତର

mahabharatanews

ପୂର୍ବ ଶତୃତାରୁ ଛୁରାମାଡ

mahabharatanews