ଓଡିଶା

ଅଜାଣବନ ଶୋଭନୀୟ ଶିକ୍ଷାଶ୍ରମ ପରିସର ରେ ଅନୁଷ୍ଠିତ ମେଗା ସ୍ୱାସ୍ଥ୍ୟ ଶିବିର

 ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ମାସ ଅବସର ରେ ଚାଲିଥିବା ସେବା ସଂକଳ୍ପ ଅଭିଯାନ ଅବସରରେ ବରୀ ବ୍ଲକସ୍ଥିତ ଅଜାଣବନ ଶୋଭନୀୟ ଶିକ୍ଷାଶ୍ରମ ପରିସର ରେ ଅନୁଷ୍ଠିତ ହୋଇଯାଇଛି ଏକ ମେଗା ସ୍ୱାସ୍ଥ୍ୟ ଶିବିର । ଏହି ଶିବିର କୁ ଯାଜପୁର ସାଂସଦ ଡାକ୍ତର ରବିନାରାୟଣ ବେହେରା ଉଦଘାଟନ କରିଥିଲେ । ପୂର୍ବତନ ବରୀ ବିଧାୟିକା ସୁନନ୍ଦା ଦାସ ଙ୍କ ଉଦ୍ୟମ ଓ ଇଣ୍ଡିଆନ ବାଏ ବାର୍ଥ ସଂଗଠନ ସହଯୋଗ ରେ ଆୟୋଜିତ ଏହି ଶିବିରରେ ବିଭିନ୍ନ ବିଭାଗର ଡାକ୍ତର ଯୋଗ ଦେଇ ରୋଗୀ ମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇଦେବା ସହିତ ମାଗଣାରେ ଔଷଧ ମଧ୍ୟ ଯୋଗାଇ ଦେଇଥିଲେ.। ଏହି ଶିବିରରେ 13 ସହ ରୁ ଉର୍ଦ୍ଧ ଲୋକ ଡାକ୍ତର ଙ୍କ ପରାମର୍ଶ ନେଇଥିବା ସମୟରେ ୩ ସହ ରୁ ଉର୍ଦ୍ଧ ଲୋକଙ୍କୁ ମାଗଣାରେ ଆଖି ପରୀକ୍ଷା କରି ଚଷମା ବଣ୍ଟନ କରାଯାଇଥିଲା । ଚଳିତ ବନ୍ୟା ପରେ ବରୀ ବାସିଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଏହି ଆୟୋଜକ ଙ୍କ ଏହି ପ୍ରୟାଶ କୁ ଲୋକ ମାନେ ପ୍ରସଂଶା କରିଛନ୍ତି।

Related posts

୨୮ରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews

ଚତୁର୍ଥ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ 

mahabharatanews

ଉଛୁଳୁଛି ହୀରାକୁଦ; ଆସନ୍ତାକାଲି ଖୋଲିବ ହୀରାକୁଦ ଡ୍ୟାମର ଗେଟ୍

mahabharatanews