ଅଚ୍ୟୁତାନନ୍ଦ ମହାପୁରୁଷଙ୍କର ବହୁ ପ୍ରାଚୀନ ଭକ୍ତ ମାନଙ୍କର ଅଭୀବ୍ୟକ୍ତି ଅନୁଯାୟୀ ତଥା ଆଞ୍ଚଳିକ ଲୋକକଥା ଅନୁଶାରେ, ସନ ୧୫୨୫ ମସିହା ମହାଳୟା ଦିନ ପଦ୍ମାବତୀ ନଦୀ କୂଳରେ କଟରପଡାର ଆମ୍ର ତୋଟା ମଧ୍ୟରେ ଥିବା ବହୁ ପ୍ରାଚୀନ,ଚାଳଘରର ଶ୍ରୀଜଗନ୍ନାଥ ମନ୍ଦିରରେ, ମହାଳୟା ଦିନ ପଞ୍ଚସଖା ମାନେ ଭକ୍ତ ମାନଙ୍କ ସହିତ ପଦ୍ମାଵତୀ ନଦୀର କଟରପଡାସ୍ଥିତ ଅଚ୍ୟୁତଘାଟ ଠାରେ ଵୁଡ ପକାଇ ପିତୃପୁରୁଷଙ୍କୁ ଏବଂ ମାତୃପୁରୁଷଙ୍କୁ ପିଣ୍ଡଦାନ ସାରିଲା ପରେ ସେହି ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସତସଙ୍ଗ କରି ମହାପୁରୁଷ ଅଚ୍ୟୁତାନନ୍ଦ ପ୍ରଥମ କରି “ଭବିଷ୍ୟତ ମାଳିକା ରଚନା” ୧୬ ବର୍ଷ ବୟସରେ ଆରମ୍ଭ କରିଥିଲେ,
ଶ୍ରୀଜଗନ୍ନାଥ ସଂସ୍କୃତିର ସପ୍ତସଖା ଏକତ୍ରିତ ହୋଇ ଭବିଷ୍ୟତ ମାଳିକା ରଚନାର ଶୁଭାରମ୍ଭ ହୋଇଥିଲା, ପଞ୍ଚସଖାଙ୍କ ସହିତ ଅଚ୍ୟୁତାନନ୍ଦଙ୍କ ଭକ୍ତ ମାନଙ୍କ ଉପସ୍ଥିତିରେ ମାଳିକା ରଚନା ଆରମ୍ଭ ହୋଇ ଥିଲା ଏବଂ ଦିବ୍ୟ ସଂଯୋଗ ବଶତଃ ଶହ ଶହ ବର୍ଷ ପରେ ଏହି ଦିନ ୧୯୨୫ ମସିହା ମହାଳୟା ଦିନରେ “ଦ୍ବିତୀୟ ଶ୍ରୀଚୈତନ୍ୟ ନାମାଚାର୍ଯ୍ୟ ଯଦୁମଣି ସ୍ଵାଇଁ” କଟରପଡା ଠାରେ ଜନ୍ମ ଗ୍ରହଣ କରିଥିଲେ, ସେହି ଦିନକୁ ସ୍ମରଣୀୟ କରିବା ପାଇଁ ” ଦ୍ବିତୀୟ ଶ୍ରୀଚୈତନ୍ୟ ନାମାଚାର୍ଯ୍ୟ ଯଦୁମଣି ସ୍ଵାଇଁ ଓ ଭାନୁମତୀ ଦେବୀ ସ୍ମୃତି ସଂସଦ” ତରଫରୁ ୨୦୨୫ ମସିହା ମହାଳୟା ଦିନ “ଦ୍ବିତୀୟ ଶ୍ରୀଚୈତନ୍ୟ ନାମାଚାର୍ଯ୍ୟ ଯଦୁମଣି ସ୍ଵାଇଁ” ଙ୍କର ଜନ୍ମ ଶତବାର୍ଷିକୀ ତିନି ବର୍ଷ ଧରି,୨୦୨୫ ମହାଳୟା ଠାରୁ ୨୦୨୮ ମହାଳୟା ପଯ୍ୟନ୍ତ ପାଳନ କରାଯାଉଅଛି। ଆଜି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଠାରେ ନାମାଚାର୍ୟ ଯଦୁମଣି ସ୍ବାଇଁ ଙ୍କ ୧୦୧ ତମ ଜୟନ୍ତୀ ପାଳିତ ହୋଇଛି।
