Uncategorized

ଜାଫରାବାଦ ବିକ୍ଷୋଭକୁ ମିଳୁଛି ରାଜନୈତିକ ପ୍ରୋତ୍ସାହନ: ମନୋଜ ତିୱାରୀ

(ନୂଆଦିଲ୍ଲୀ): ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଲାଗି ରହିଛି । ତେବେ ରାଜଧାନୀ ଦିଲ୍ଲୀରେ ଶାହିନବାଗ ପରେ ଏବେ ଜାଫରାବାଦରେ ଲୋକେ ଏହି ଆଇନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଏହାକୁ ନେଇ ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀ ମତ ରଖିଛନ୍ତି । ଜାଫରାବାଦ ବିକ୍ଷୋଭକୁ ରାଜନୈତିକ ପ୍ରୋତ୍ସାହନ ମିଳୁଥିବା ସେ କହିଛନ୍ତି । ସିଏଏ ବିରୋଧୀ ଆନ୍ଦୋଳନକାରୀମାନେ କୌଣସି ରାଜନୈତିକ କାର୍ଯ୍ୟକଳାପରେ ସାମିଲ ହୁଅନ୍ତୁ ନାହିଁ । ନଚେତ ଆଗାମୀ ଦିନରେ ନ୍ୟାୟିକ ସମସ୍ୟାର ସମ୍ୁଖୀନ ହେବାକୁ ପଡିପାରେ ବୋଲି ସେ କହିଛନ୍ତି । ସିଏଏ ବିରୋଧୀ ଆନ୍ଦୋଳନ ବିଜେପି ଶାସିତ ରାଜ୍ୟ ଗୁଡିକରେ ହିଁ ହେଉଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଥିଲେ । ତେବେ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଥିବା ବେଳେ ଉଦ୍ଧବ ଏଥିପାଇଁ ବ୍ୟସ୍ତ ହେବା ଠିକ୍ ନୁହେଁ ବୋଲି ଦିଲ୍ଲୀ ବିଜେପି ମୁଖ୍ୟ କହିଛନ୍ତି ।

Related posts

ନକ୍ସଲଙ୍କ ଆକ୍ରମଣରେ ସହକାରୀ କନେଷ୍ଟବଳ ନିହତ

mahabharatanews

ପିଜୁଳି ପତ୍ର ଜୁସ୍ , କେଉଁମାନେ ପିଇବା ଉଚିତ ଜାଣନ୍ତୁ

mahabharatanews

ପ୍ରକୃତି ଛାଡୁନି ଚୀନ: ଭାରତକୁ ଯୋଗାଇଛି ନିମ୍ନମାନର ପିପିଇ କିଟ୍

mahabharatanews