ତେହରାନ: କୋରୋନା ଭୂତାଣୁ ସାରା ବିଶ୍ୱ ପାଇଁ ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି । ଏହାକୁ ନେଇ ବିଭିନ୍ନ ଦେଶରେ ଔଷଧ ବିକାଶ ପାଇଁ ଓ ଭାକ୍ସିନ ପ୍ରସ୍ତୁତ ପାଇଁ ଗବେଷଣା ଚଳାଇଛନ୍ତି । ତେବେ ଏହାର ନିଦାନ ପାଇଁ ସେପରି କୌଣସି ଔଷଧର ବର୍ତ୍ତମାନ ପର୍ଯ୍ୟନ୍ତ ବିକାଶ ହୋଇନଥିବା ବେଳେ କିନ୍ତୁ ଏହା ଉଗ୍ର ରୂପ ନେବାରେ ଲାଗିଛି । ଚୀନର ବୁହାନକୁ କୋରୋନାର କେନ୍ଦ୍ର କୁହାଯାଉଥିବା ବେଳେ ଏବେ ଏହାର କେନ୍ଦ୍ରସ୍ଥଳ ପାଲଟିଛି ଇରାନ । ଚୀନ ପରେ କୋରୋନାରେ ଇରାନରେ ସବୁଠଠାରୁ ଅଧିକ ମୃତ୍ୟୁ ହୋଇଛି । ଏଠାରେ ସଂକ୍ରମିତଙ୍କ ମଧ୍ୟରୁ ୨୫.୫୩ ପ୍ରତିଶତ ଲୋକଙ୍କ ମୃତ୍ୟୁ ହୋଇଛି । ସାରା ବିଶ୍ୱରେ କୋରୋନାରେ ୮୦.୧୨୮ ଲୋକ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଚୀନରେ ୭୭.୬୫୮ ଲୋକ ଚୀନରେ ଅଛନ୍ତି । ସେହିପରି ଚୀନରେ ମୋଟ ୨୬୬୩ ଜଣଙ୍କ ମୃତ୍ୟୁ ହୋଇଛି ।
ଚୀନ ପରେ କୋରୋନା କାରଣରୁ ସବୁଠାରୁ ଅଧିକ ମୃତ୍ୟୁ ଇରାନରେ ହୋଇଛି । ଇରାନରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୭ ଲୋକ ସଂକ୍ରମିତ ହୋଇଥିବା ବେଳେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଇରାନର ଦୁର୍ବଳ ସରକାର ଓ ସ୍ୱାସ୍ଥ୍ୟ ସେବା କାରଣରୁ କୋରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ଦେଖା ଦେଇଛି । ଏହା ବ୍ୟତୀତ ଇରାକ, ଆଫଗାନିସ୍ତାନ, ବହରିନ, କୁବେତ, ଓମାନ, ଲେବନାନ, ୟୁଏଇ ଓ କାନାଡାରେ ଯେଉଁ କେତୋଟି କୋରୋନା ସଂକ୍ରମଣର ମାମଲା ସାମ୍ନାକୁ ଆସିଛି, ସେସବୁର ଇରାନ ସହ ସଂଯୋଂଗ ରହିଥିବା ଜଣାପଡିଛି । ଏଥିରୁ ସ୍ପଷ୍ଟ ହେଉଛି, ପୂରା ଦୁନିଆରେ କୋରୋନା ଭୂତାଣୁ ସଂକ୍ରମଣର ସବୁଠାରୁ ଯେଉଁ କେତେକ କାରଣରକୁ ଦାୟୀ କରାଯାଉଛି, ସେସବୁ ମଧ୍ୟରେ ରହିଛି ଇରାନରୁ ସାରା ଦୁନିଆକୁ କାମ କରିବାକୁ ଯାଉଥିବା ଶ୍ରମିକ । ଦ୍ୱିତୀୟ କାରଣ ରୂପେ ଧାର୍ମିକ ଯାତ୍ରା ରହିଛି ।