(ମୁମ୍ବାଇ): ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜର ବାସଭବନ ‘ମାତୋଶ୍ରୀ’ ଛାଡି ଏବେ ସରକାରୀ ବଙ୍ଗଳା ‘ବର୍ଷା’କୁ ଆସିବେ ବୋଲି ଜଣାଯାଇଛି । ଉଦ୍ଧବ ପୂର୍ବରୁ ନିଜ ବାସଭବନରରେ ରହି ସରକାରୀ କାର୍ଯ୍ୟ କରିବେ ବୋଲି ଚର୍ଚ୍ଚା ଚାଲିଥିଲା । କିନ୍ତୁ ସୁରକ୍ଷା ଦୃଷ୍ଟିରୁ ଏବେ ତାଙ୍କୁ ସରକାରୀ ବଙ୍ଗଳାରେ ରହିବାକୁ ପଡିବ ବୋଲି ଜଣାଯାଇଛି । ୧୨ ହଜାର ବର୍ଗଫୁଟର ଏହି ବଙ୍ଗଳାରେ ସହ ତାଙ୍କ ପତ୍ନୀ ରଶ୍ମୀ ଏବଂ ଦୁଇ ପୁଅଙ୍କ ସହ ଉଦ୍ଧବ ରହିବେ ବୋଲି ସୂଚନା ମିଳିଛି । ଆଗାମୀ ଜାନୁଆରୀ ୨୩ ତାରିଖରେ ଶିବସେନାର ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ଜନ୍ମ ଦିବସ ଅବସରରେ ସେ ସରକାରୀ ବଙ୍ଗଳା ‘ବର୍ଷା’ କୁ ଆସିବେ ।
previous post
next post